ETV Bharat / city

OBC Reservation Politics: ବର୍ଷିଲା କଂଗ୍ରେସ, ଆଇନ ମନ୍ତ୍ରୀ କହିଲେ OBCଙ୍କୁ ଦେବୁ ପ୍ରାଧାନ୍ୟ - ଓଡିଶା ପଞ୍ଚାୟତ ନିର୍ବାଚନ

ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନଭେମ୍ବର ୧୬ ତାରିଖରେ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହାର ନେଇ ହାଇକୋର୍ଟଙ୍କୁ ଜଣାଇବା ପରେ ଏବେ ରାଜ୍ୟରେ ବଢିଲା ରାଜନୀତି । ଅଧିକ ପଢନ୍ତୁ

Odisha Panchayat Poll
Odisha Panchayat Poll
author img

By

Published : Dec 23, 2021, 9:14 PM IST

ଭୁବନେଶ୍ବର/କଟକ: ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନଭେମ୍ବର ୧୬ ତାରିଖରେ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହାର ନେଇ ହାଇକୋର୍ଟଙ୍କୁ ଜଣାଇବା ପରେ ଏବେ ରାଜ୍ୟରେ ବଢିଲା ରାଜନୀତି ।

ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି ସରକାର ଆଇନ କାନୁନ ଭୁଲି ମନ ଇଚ୍ଛା ସଂରକ୍ଷଣ ବ୍ୟବସ୍ଥା କରିଥିଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ ଏହା ସ୍ପଷ୍ଟ । ନବୀନ ପଟ୍ଟନାୟକ ଆରମ୍ଭରୁ ପଛୁଆବର୍ଗଙ୍କୁ ଅବହେଳା କରିଆସୁଛନ୍ତି । ରାଜ୍ୟରେ ପାଖାପାଖି 52 ପ୍ରତିଶତ ପଛୁଆବର୍ଗର ଲୋକ ଅଛନ୍ତି । ସରକାର ସେମାନଙ୍କ ପ୍ରତି ଚରମ ଅବହେଳା କରିଛନ୍ତି ।

Odisha Panchayat Polls: ବର୍ଷିଲା କଂଗ୍ରେସ, ଆଇନ ମନ୍ତ୍ରୀ କହିଲେ OBC ପ୍ରାର୍ଥୀଙ୍କୁ ଦେବୁ ପ୍ରାଧାନ୍ୟ

ସେପଟେ ରାଜ୍ୟ ଆଇନ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ନେଇ ମୁହଁ ଖୋଲିଛନ୍ତି । ପଛୁଆ ବର୍ଗର(OBC) ଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ନଥିଲେ ମଧ୍ୟ ପ୍ରାର୍ଥୀ ଚୟନରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ।

ସୁପ୍ରିମକୋର୍ଟର ନିର୍ଦେଶ ଅନୁଯାୟୀ ଯେହେତୁ ପଛୁଆ ବର୍ଗ (OBC) ଙ୍କର ଜନଗଣନା ହୋଇନଥିଲା । ତେଣୁ ତାହା ଅଣସଂରକ୍ଷିତ ରହିବ । ତାକୁ ଆଧାର କରି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଚୟନ କରାଯିବ ବୋଲି ମନ୍ତ୍ରୀ ପ୍ରତପ ଜେନା କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତଙ୍କ ସହ କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.