ETV Bharat / city

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦେଉଛନ୍ତି କାଳିଆ ଟଙ୍କା: ନରସିଂହ

ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ବିଜେଡି । ଅଧିକ ପଢନ୍ତୁ...

author img

By

Published : Feb 12, 2021, 5:16 PM IST

Updated : Feb 12, 2021, 8:23 PM IST

congress lashes out at bjd ovar kalia money
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦେଉଛନ୍ତି କାଳିଆ ଟଙ୍କା :ନରସିଂହ

ଭୁବନେଶ୍ବର : ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ । ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ଉପକୃତ ହେବେ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ବିଜେଡି । ଏନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ କ୍ଷୁଦ୍ର ନାମମାତ୍ର, ଭାଗ, ଭୂମିହୀନ ଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ ସେ ନେଇ କୌଣସି ତଥ୍ୟ ନଥିବା ଗୃହରେ ମନ୍ତ୍ରୀ କହିଥିଲେ । ଏବେ କେଉଁ ଆଧାରରେ ଚାଷୀଙ୍କୁ କାଳିଆ ଟଙ୍କା ଦେଉଛନ୍ତି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ସରକରା ଏବେ ଟଙ୍କା ଦେବାକୁ ମନସ୍ଥ କରିଛନ୍ତି ବୋଲି ସେ କହିଛନ୍ତି । ସେପଟ, ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ,ସରକାର ଚାଷୀଙ୍କ ସହ ସବୁ ବେଳେ ରହିଆସିଛନ୍ତି ।

ଚାଷୀଙ୍କୁ ସହାୟତା ସବୁ ସମୟରେ ଯୋଗାଇ ଆସୁଛନ୍ତି । ଅବଧି ବିଳମ୍ବ ହେଲେ ମଧ୍ୟ ସରକାର ଯାହା ଘୋଷଣା କରିଥାନ୍ତି ତାକୁ କାର୍ଯ୍ୟକାରୀ କରିଥାନ୍ତି । ଯେଉଁମାନେ କାଳିଆକୁ ନିର୍ବାଚନୀ ଥୋପ କହୁଥିଲେ ସେମାନେ ନିର୍ବାଚନ ପରେ ହିତାଧିକାରୀ ସଂଖ୍ୟା ପ୍ରତି ପ୍ରଶ୍ନ ଉଠାଇଲେ । ଏହାକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ପ୍ରଶଂସା କଲେ । ନିର୍ବାଚନ ସହ ଏହାକୁ ଯୋଡିବା ଅର୍ଥ ଚାଷୀଙ୍କ ଅଧିକାରରୁ ବଞ୍ଚିତ କରିବ। ସୂଚନାଅନୁସାରେ ରାଜ୍ୟ ସରକାର ୨୦୧୮ ଡିସେମ୍ବର ମାସରେ କାଳିଆ ଯୋଜନା ଘୋଷଣା କରିଥିଲେ । ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

Last Updated : Feb 12, 2021, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.