ETV Bharat / city

‘କଂଗ୍ରେସ ହିମାଳୟ ସହ ସମାନ ’

author img

By

Published : Oct 21, 2021, 8:28 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ କଂଗ୍ରେସରେ ଚାଲିଛି ଦଳବଦଳ ରାଜନୀତି । ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଦଳର ବରିଷ୍ଠ ନେତା ସୁର ରାଉତରାୟ । କହିଲେ କିଛି ପ୍ରଭାବ ପଡିବ ନାହିଁ । ଅଧିକ ପଢନ୍ତୁ...

‘ କଂଗ୍ରେସ ହିମାଳୟ ସହ ସମାନ ’
‘ କଂଗ୍ରେସ ହିମାଳୟ ସହ ସମାନ ’

ଭୁବନେଶ୍ବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଶାସକ ବିଜେଡିର ସ୍ଥିତି ସୁଦୃଢ ଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଦଳର ସ୍ଥିତି ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି । ଶାସକ ଦଳକୁ କଡା ଟକ୍କର ଦେବାକୁ ବିଜେପି ପ୍ରତି ବୁଥ ଆଧାରରେ ନିଜର ସଂଗଠନ ସଜାଡୁଛି । ସେହିପରି କଂଗ୍ରେସ ମଧ୍ୟ ସମାନ କଥା ଦୋହରାଉଛି । ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ନେତାଙ୍କ ପଟ ପରିବର୍ତ୍ତନ ନଜରକୁ ଆସିଛି । ଆୟାରାମ ଗୟାରାମ ନୀତି ଭଳି ଦଳ ବଦଳ ରାଜନୀତି ଆରମ୍ଭ ହୋଇଗଲାଣି । ତେବେ କଂଗ୍ରେସରେ ଦେଖାଯାଇଥିବା ଦଳବଦଳ ଘଟଣା ନେଇ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟ ।

‘ କଂଗ୍ରେସ ହିମାଳୟ ସହ ସମାନ ’

ସୁର କହିଛନ୍ତି, କଂଗ୍ରେସ ଦଳ ଏକ ବିଶାଳ ସମୁଦ୍ର । କେତେ ଆସିବେ, କେତେ ଯିବେ। ଯେଉଁମାନେ ଟଙ୍କା ଓ କ୍ଷମତା ଆଶାରେ ଅଛନ୍ତି, ସେମାନେ ଦଳ ଛାଡ଼ୁଛନ୍ତି । ସେମାନେ ସୁବିଧାବାଦୀ ରାଜନୀତି କରୁଛନ୍ତି । ଟଙ୍କା ଓ ସ୍ବାର୍ଥ ପାଇଁ କଂଗ୍ରେସରେ ସାମିଲ ହୋଇଥିବା ନେତା ଶୀଘ୍ର ଦଳ ଛାଡି ଦେବା ଉଚିତ । ଏଥିରେ ଦଳ ପାଇଁ କିଛି ଫରକ ପଡିବ ନାହିଁ ।

କିଛିଦିନ ତଳେ ବିଜେଡିର ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସେପଟେ କଂଗ୍ରେସର ପୂର୍ବତନ ବିଧାୟକ କୈଳାଶ କୁଲେସିକା କଂଗ୍ରେସ ଛାଡି ଶଙ୍ଖ ଶିବିରରେ ଯୋଗ ଦେଇଛନ୍ତି । କଂଗ୍ରେସ ପିପିଲି ଉପନିର୍ବାଚନରେ ଅମାନତ ହରେଇଲା ପରେ ପିସିସି ସଭାପତିଙ୍କ ବିରୋଧରେ କିଛି ନେତା ବିଷୋଦଗାର କରୁଥିବାବେଳେ, ଆଗକୁ କିଛି ନେତା ଦଳ ଛାଡିବା ମଧ୍ୟ ନଜରକୁ ଆସିଛି ।

ପୂର୍ବରୁ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ଏବେ କୈଳାଶ କୁଲେସିକା ଦଳ ଛାଡିଥିବାବେଳେ, ଆଗକୁ ପୁଣି ଟାଣୁଆ ଆଦିବାସୀ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସକୁ ଅଲବିଦା କହିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରଦୀପ କୁଆଡେ ନିଜ ଦଳବଳ ଘେନି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳୁଛି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ, ଏପରି ସମୟରେ କଂଗ୍ରେସ ନେତା ଗୋଟିଏ ପରେ ଗୋଟିଏ ଦଳ ଛାଡିବା କେଉଁଠି ନା କେଉଁଠି ଦଳକୁ ଅଧିକ ଦୁର୍ବଳ କରିବା ଭଳି ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.