ETV Bharat / city

BJP-BJD ଲୋକଙ୍କୁ ଠକି ପାର୍ଟି ଫଣ୍ଡ ବଢାଇଛନ୍ତି: ସୁର

ନିର୍ବାଚନ ସଂସ୍କାର ଗୋଷ୍ଠୀ ADR ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପି ଦେଶରେ ସବୁଠାରୁ ଧନୀ ରାଜନୈତିକ ଦଳ । ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳ ଗୁଡିକ ଯଥେଷ୍ଟ ପଛରେ ରହିଛନ୍ତି। ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ବିଏସପି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଅଧିକ ପଢନ୍ତୁ

ସୁର ରାଉତରାୟ
ସୁର ରାଉତରାୟ
author img

By

Published : Jan 29, 2022, 10:33 PM IST

ଭୁବନେଶ୍ବର: ନିର୍ବାଚନ ସଂସ୍କାର ଗୋଷ୍ଠୀ ADR ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପି ଦେଶରେ ସବୁଠାରୁ ଧନୀ ରାଜନୈତିକ ଦଳ । ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳ ଗୁଡିକ ଯଥେଷ୍ଟ ପଛରେ ରହିଛନ୍ତି। ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ବିଏସପି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

ବିଜେପି ବିଜେଡି ଲୋକଙ୍କୁ ଠକି ପାର୍ଟି ଫଣ୍ଡ ବଢାଇଛନ୍ତି: ସୁର ରାଉତରାୟ

ଦେଶର ସର୍ବପୁରାତନ ଦଳ କଂଗ୍ରେସର ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତିର ମୂଲ୍ୟ ୪ ହଜାର ୮୪୭.୭୮ କୋଟି ଟଙ୍କା ରହିଛି। ଏହା ପଛକୁ ବିଏସପିର ସମ୍ପତ୍ତିର ମୂଲ୍ୟ ୬୯୮.୩୩ କୋଟି ଓ କଂଗ୍ରେସ ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି।

ଏହାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଦୂର୍ନୀତି କରି ବିଜେପି ଓ ପ୍ରଧାନମନ୍ତ୍ରୀ ଏହି ଟଙ୍କା ଲୁଟ କରିଛନ୍ତି । ଦେଶର ସମ୍ପତ୍ତି ବିଜେପି ବିକ୍ରି କରି ନିଜ ଖାତାକୁ ନେଇଛି । ଯାହା ନିନ୍ଦନୀୟ । ବିଜେଡିକୁ ମଧ୍ୟ ସମାଲୋଚନା କରି ସୁର କହିଛନ୍ତି କରୋନା ସମୟରେ ଟିକାକରଣ ଓ ଚିକିତ୍ସା ଯୋଗାଇବାରେ ଦଳ ଫେଲ ମାରିଛି । ହେଲେ ଲୋକଙ୍କୁ ଠକି ୧୨୮ କୋଟି ବିଜେଡି ଠୁଳ କରିଛି।

ଉଭୟ ବିଜେପି ଓ ବିଜେଡି ଲୋକଙ୍କୁ ଠକି ଏଭଳି ସମ୍ପତି ରଖିଥିବା ବେଳେ ୧୪୦ ବର୍ଷର କଂଗ୍ରେସ ଦଳ ଆଦର୍ଶ ଦଳ ଆଉ ଦେଶର ସ୍ବାଧୀନତା ଆଣିଛି ବୋଲି କହିଛନ୍ତି ସୁର ରାଉତ ରାୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.