ଭୁବନେଶ୍ବର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡି ଉପରେ ହୋଇଛି ଅଣ୍ତାମାଡ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏୟାର ପୋର୍ଟ ଛକରେ ବିରୋଧ କରିଛି କଂଗ୍ରେସ । ଏପରିକି ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ କଳାପତାକା ମଧ୍ୟ ପ୍ରଦର୍ଶନ ମଧ୍ୟ କରାଯାଇଛି । ଉତ୍ତରପ୍ରଦେଶ ଖେରି ଘଟଣାକୁ ନେଇ ମନ୍ତ୍ରୀଙ୍କୁ ବିରୋଧ କରିଛି କଂଗ୍ରେସ ।
ଉତ୍ତରପ୍ରଦେଶ ଲଖିମପୁରରେ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଯେପରି ଭାବରେ ଗାଡି ଚଢାଇ ହତ୍ୟା କରିଛି । ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ସେପଟେ, କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ କିଛି କଂଗ୍ରେସର କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ ,ଇଟିଭି ଭାରତ