ETV Bharat / city

ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଜବାବ ମାଗିଲା କଂଗ୍ରେସ

author img

By

Published : Jan 25, 2022, 8:53 PM IST

ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ତେବେ ଏଥିପାଇଁ ରାଜକୋଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

congress holds a press meet on various issue asking answer to bjd
ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଜବାବ ମାଗିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ସର୍ଭେ ରିପୋର୍ଟ ପ୍ରକାଶ କରିଥିଲା । ୨୦୨୧ରେ ସେହି ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ ଲୋକପ୍ରିୟ ତାଲିକାରେ ମୁଖ୍ୟମନ୍ତ୍ରୀ ୮ ନମ୍ବରରେ ରହିଥିଲେ । ଏହାପରେ ପୁନେର ଏକ ଶିକ୍ଷାସଂସ୍ଥା ମୁଖ୍ୟମନ୍ତ୍ରୀ ଦେଶରେ ଏକ ନମ୍ବର ବୋଲି ରିପୋର୍ଟ ପ୍ରକାଶ କରିଥିଲା । ତେବେ ଏଥିପାଇଁ ରାଜକୋଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, "CMO କାର୍ଯ୍ୟାଳୟ ଏବେ ଅବସରପ୍ରାପ୍ତ IASଙ୍କ କ୍ଲବ୍‌ ହାଉସ ପାଲଟିଛି । କଣ ପାଇଁ ଓବିସିର 54 ଭାଗ ଲୋକଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ଦିଆଗଲା ନାହିଁ ? ରାଜ୍ୟରେ ଚାଷୀଙ୍କ ଆୟ କଣ ଅଛି ? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ଦରକାର ।"

ମମିତା ମେହେର ଘଟଣାର ଅଭିଯୁକ୍ତକୁ ଧରି ପ୍ରଚାର କରାଯାଉଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ୧୩ ନମ୍ବର ଅଭିଯୁକ୍ତ ଥିଲେ, ହେଲେ ତାଙ୍କୁ ପୋଲିସ ଘଣ୍ଟ ଘଉଡ଼ାଇଥିବା ଅଭିଯୋଗ କରିଛି କଂଗ୍ରେସ । ସେହିଭଳି ଏସିଏଫ୍‌ ମୃତ୍ୟୁ ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ଦିଆ ଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମଗିରି ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ା ଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଏସବୁ ଘଟଣାକୁ ନେଇ ଶାସକ ଦଳକୁ ଉତ୍ତର ମାଗିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.