ETV Bharat / city

Presidential Poll: ଶେଷ ନିଷ୍ପତ୍ତି ହାଇକମାଣ୍ଡ ନେବେ କହିଲେ ଶରତ ପଟ୍ଟନାୟକ - ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସର ଆଭିମୁଖ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି ହେବ ବୋଲି କହଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Presidential Poll: ଶେଷ ନିଷ୍ପତ୍ତି ହାଇକମାଣ୍ଡ ନେବେ କହିଲେ ଶରତ ପଟ୍ଟନାୟକ

author img

By

Published : Jun 16, 2022, 8:50 PM IST

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି । ପ୍ରାର୍ଥୀ କିଏ ହେବେ ବୋଲି ଅଙ୍କକଷା ଚାଲିଛି । ସେପଟେ ବିରୋଧୀ ସମର୍ଥନ ଜୁଟେଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନ କ୍ରମେ 18 ରାଜନୈତିକ ଦଳ ଏକାଠି ହୋଇ ମିଳିତ ପ୍ରାର୍ଥୀ ଦେବାକୁ ସ୍ଥିର କରିଛନ୍ତି । ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି ହେବ ବୋଲି କହଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Presidential Poll: ଶେଷ ନିଷ୍ପତ୍ତି ହାଇକମାଣ୍ଡ ନେବେ କହିଲେ ଶରତ ପଟ୍ଟନାୟକ

ଶରତ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନି । ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକଙ୍କ ସହ ଆଲୋଚନା କରିବୁ । ସର୍ବଶେଷରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହାକୁ ସମର୍ଥନ କରିବୁ ।"

ଅଣ ବିଜେପି ଏକଜୁଟ ହେବା ଲାଗି ଆଜି ଦିଲ୍ଲୀରେ ବୈଠକ ଡାକିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ବିଜେଡି ଯୋଗ ଦେଇନାହିଁ । ରାଷ୍ଟ୍ରପତି ନିର୍ବାଚନ ନେଇ କଂଗ୍ରେସର ଆଭିମୁଖ୍ୟ କଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.