ETV Bharat / city

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଚିଠା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌ - ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ପ୍ରସ୍ତାବ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ସଂରକ୍ଷଣ ଚିଠା ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

Congress has targeted  state government over proposed district council chairman reservation list
ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଚିଠା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌
author img

By

Published : Oct 17, 2021, 4:21 PM IST

Updated : Oct 17, 2021, 7:10 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ପ୍ରସ୍ତାବ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ସଂରକ୍ଷଣ ଚିଠା ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଜେଡି କିପରି ଜିତିବ ସେନେଇ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି। ଚଞ୍ଚକତା କରି ବିଜେଡିକୁ ସୁହାଇଲା ଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସରପଞ୍ଚ ଆସନ ପାଇଁ ସଂରକ୍ଷଣ ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଚିଠା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ପୂର୍ବରୁ ସବୁ ଦଳ ସହ ଆଲୋଚନା କରାଯାଇ ଜନସଂଖ୍ୟା ଆଧାରରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଆସନ ସଂରକ୍ଷଣ ତାଲିକା କରାଯାଇଥିଲେ ସମସ୍ୟା ହୋଇ ନଥାନ୍ତା । ବର୍ତ୍ତମାନ ସଂରକ୍ଷଣ ବ୍ୟବସ୍ଥାକୁ ଫେୟାର ପ୍ଲେ କୁହାଯିବନି ବରଂ ଫାଉଲ ପ୍ଲେ କୁହାଯିବ ବୋଲି କହିଛି କଂଗ୍ରେସ । ଏହି ଘଟଣାକୁ ଲୋକ ଲୋଚନକୁ ଆଣିବ କଂଗ୍ରେସ । ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଥିବା କୁହାଯାଉଛି । ତେବେ ପୂର୍ବରୁ କଣ ପାଇଁ ଆଲୋଚନା ନକରି ଏକତରଫା ଭାବେ ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସଂରକ୍ଷଣରେ ସମସ୍ୟା ରହିଛି, ଆବଶ୍ୟକ ସ୍ଥଳେ ଆଇନର ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ତାଲିକା ପ୍ରକାଶ ପାଇଛି । ତାଲିକାରେ ସଂଶୋଧନ ପାଇଁ ବି ବ୍ୟବସ୍ଥା ରହିଛି । ବିଧି ବ୍ୟବସ୍ଥା ମୁତାବକ ପଞ୍ଚାୟତ ଅଫିସର ତାଲିକା ଘୋଷଣା କରିଛନ୍ତି । ନିର୍ଦ୍ଧିଷ୍ଟ ଜିଲ୍ଲାରେ ନିର୍ଦ୍ଧିଷ୍ଟ ବର୍ଗର ପ୍ରତିନିଧିତ୍ୱ ନଥିବା ବେଳେ ସେହି ବର୍ଗ ପାଇଁ ଅଧ୍ୟକ୍ଷ ପଦ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏଥିରେ ତ୍ରୁଟି ଥିଲେ ପଞ୍ଚାୟତ ପାଇଁ ଯେପରି ସଂଶୋଧନ ବ୍ୟବସ୍ଥା ଥିଲା ଅନୁରୂପ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ସଂଶୋଧନ ବ୍ୟବସ୍ଥା ରହିଛି । ତୃଣ ମୂଳ ସ୍ତରର ନିର୍ବାଚନ ପଞ୍ଚାୟତ ନିର୍ବାଚନରେ ବିଜେଡି ସଫଳତା ହାସଲ କରିଛି । ରାଜ୍ୟ ସରକାରଙ୍କ ବିକାଶ ସବୁ ବର୍ଗର ଲୋକଙ୍କୁ ଛୁଇଁଛି । କୋଭିଡ ପରିଚାଳନା ସଫଳତା ହିଁ ନବୀନ ବାବୁଙ୍କୁ ସଫଳତା ଦେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଶଶୀ ଭୂଷଣ ବେହେରା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 17, 2021, 7:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.