ETV Bharat / city

ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ବିଜେଡିରେ ମିଶିବା ପରେ ଜବାବ ରଖିଛି କଂଗ୍ରେସ

ଯାହାକୁ ନେଇ ଦଳରେ ବହୁ ଦିନଧରି ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ଶେଷରେ କୈଳାଶ କୁଲେସିକା ହାତ ଛାଡି ଶଙ୍ଖ ଧରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ...

author img

By

Published : Oct 20, 2021, 9:54 PM IST

ଲକ୍ଷ୍ମୀପୁର ବିଧାୟକ ବିଜେଡିରେ ମିଶିବା ପରେ ଜବାବ ରଖିଛି କଂଗ୍ରେସ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଟାଣୁଆ ଆଦିବାସୀ ନେତା କୁଲେସିକା ବିଜେଡିରେ ମିଶିବା ପରେ ଜବାବ ରଖିଛି କଂଗ୍ରେସ ଦଳ । ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ମଧ୍ୟରେ ନେତାଙ୍କ ଦଳ ବଦଳ ଆରମ୍ଭ ହୋଇଛି ।

ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଗୁଡିକ ସଜବାଜ ହେବାରେ ଲାଗିଛନ୍ତି । ଗୋଟିଏ ଦଳରୁ ଆଉ ଗୋଟିଏ ଦଳ ବଦଳିବା ଏବେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଛି । ସେପଟେ ଏହି କ୍ରମରେ କୋରାପୁଟ ଜିଲ୍ଲାରେ ଦୀର୍ଘଦିନ ହେବ ଚର୍ଚ୍ଚାରେ ରହି ଆସୁଥିବା ପୂର୍ବତନ କଂଗ୍ରେସ ବିଧାୟକ ତଥା ଆଦିବାସୀ ନେତା କୈଳାଶ କୁଲେସିକା ବୁଧବାର ଶଙ୍ଖ ଧରିବା ପରେ ଏବେ ରାଜନୀତି ଜୋର ଧରିଛି ।

ତେବେ ଏହି ଘଟଣାରେ କଣ୍ଟାବାଞ୍ଝି ବିଧାୟକ କହିଛନ୍ତି କି ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବନି। ସେପଟେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି କି କଂଗ୍ରେସ କହିଲେ ଏକ ବିରାଟ ଦଳ ଏଠି ଯିଏ ଠିକ ଭାବରେ କାର୍ଯ୍ୟ କରି ପାରୁନାହାନ୍ତି ସେମାନେ ଦଳ ବଦଳ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.