ଭୁବନେଶ୍ବର: ‘ପରୀ’ ହତ୍ୟା ପ୍ରସଙ୍ଗକୁ ନେଇ କଂଗ୍ରେସରେ ଭିନ୍ନ ମତ ଦେଖାଦେଇଛି । ପରୀ ପ୍ରସଙ୍ଗରେ କଂଗ୍ରେସ ଯେଉଁ ଦାବି ବିଧାନସଭାରେ କରିଥିଲା । ତାହା ସରକାର ମାନିଛନ୍ତି । ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ତଥାପି ଏହାକୁ ନେଇ କଂଗ୍ରେସ ନେତା ଭିନ୍ନ ମତ ପୋଷଣ କରୁଛନ୍ତି ।
ରାଜ୍ୟରେ ନୟାଗଡ ‘ପରୀ’ ହତ୍ୟାକାଣ୍ଡ ରାଜନୀତି ଥମିବାର ନାଁ ନେଉନାହିଁ । କେତେବେଳେ ଶାସକ ବିରୋଧୀ ମୁହାଁମୁହିଁ ହେଉଥିବାବେଳେ ଆଉ କେତେବେଳେ ବିରୋଧୀ ଦଳରେ ହିଁ ନେତା ଓ ବିଧାୟକ ମତ ପାର୍ଥକ୍ୟ ରହୁଛି । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଧାନସଭାରେ ଆମେ ଚୁପ ରହିବାର କାରଣ ହେଲା ବିଧାୟକ ଦଳ ନେତା ଯାହା କହିଲେ ଆମେ ତାକୁ ମାନିନେଲୁ । ନିଶ୍ଚିତ ଭାବରେ ପରୀ ପ୍ରସଙ୍ଗରେ ବିଜେପି ମାଇଲେଜ୍ ନେଇଛି ଓ ଆଗକୁ ବି ନେବ । କିନ୍ତୁ ବିଧାୟକ ଦଳ ନେତା ଯାହା କହିବେ ତାହା ଆମେ ମାନିବାକୁ ବାଧ୍ୟ ହେଲୁ ।
ସେପଟେ ଏହାର ଜବାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଓଡ଼ିଶାର ‘ପରୀ’ କଣ ଗୋଟିଏ ସମସ୍ୟା । କେଉଁ ନେତା କଣ କହିଲେ ମୋତେ କାହିଁକି ପଚାରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । କଂଗ୍ରେସର ସ୍ପଟ୍ ଥିଲା ଏସଆଇଟି ତଦନ୍ତ ହାଇକୋର୍ଟଙ୍କ ତତ୍ଵାବଧାନରେ ହେବ । ଏହା କଂଗ୍ରେସ ପାଇଁ ଏକ ଐତିହାସିକ ଘଟଣା । ଆମେ ଯାହା ଦାବି କରିଥିଲୁ ସେୟା ହେଲା । କିଏ କଣ କହିଲା ମୁଁ ଜାଣିନି ବୋଲି ନରସିଂହ ମିଶ୍ର କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ