ETV Bharat / city

ଜିଲ୍ଲା କଂଗ୍ରେସର ନବକଳେବର ପ୍ରକ୍ରିୟା ଆରମ୍ଭ - ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Nov 14, 2019, 10:43 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ବୈଠକ କରାଯାଇଛି । ବୈଠକରେ ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ସଭାପତି ଚୟନ ନିମନ୍ତେ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି ବୈଠକରେ ପ୍ରାୟ ୨୬ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ଜିଲ୍ଲାର ରିପୋର୍ଟ ଆସିବ । ଏହାପରେ ରିପୋର୍ଟକୁ ଏଆଇସିସିକୁ ପଠାଯିବ ।

ରିପୋର୍ଟ ଆଧାରରେ ଜିଲ୍ଲା ସଭାପତି ଚୟନ କରାଯିବ । ଏହା ସହ ଦେଶରେ ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ଚଳିତ ମାସ ୨୧ ଓ ୨୨ ତାରିଖରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ୨୩ ତାରିଖରେ ଭୁବନେଶ୍ବରରେ ଅନୁରୂପ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ପ୍ରତି ଜିଲ୍ଲାରେ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାର ସମୀକ୍ଷା ଦାୟିତ୍ବ ପ୍ରଦାନ କରାଯାଇଥିଲା । ସେହି ରିପୋର୍ଟକୁ ଆଧାର କରି ପ୍ରତି ଜିଲ୍ଲାରେ ସାଙ୍ଗଠନିକ ନେତୃତ୍ବ ଚୟନ କରାଯିବ ଓ ପରବର୍ତ୍ତୀ ସମୟରେ ପିସିସି କାର୍ଯ୍ୟକର୍ତ୍ତା ଚୟନ କରାଯିବ । ବର୍ତ୍ତମାନ ସୁଦ୍ଧା କେବଳ ପିସିସି ସଭାପତିଙ୍କ ସହ ଦୁଇ ଜଣ କାର୍ଯ୍ୟକାରୀ ସଭାପତି ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ନିରଞ୍ଜନଙ୍କ ନେତୃତ୍ୱରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ।ଜିଲ୍ଲା ସାଙ୍ଗଠନିକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ପ୍ରଦାନ କଲେ।

Body:ଆଗକୁ ଗଢ଼ା ହେବେ ଜିଲ୍ଲା କମିଟି ଏବଂ ଜିଲ୍ଲା ସଭାପତି, ପିସିସି କମିଟି କରାଯିବ,ବିଭିନ୍ନ ସେଲ ଗଢ଼ା ଯିବ।ସାଧାରଣ ନିର୍ବାଚନ ପରେ ପ୍ରତିଟି ଜିଲ୍ଲାର ଦଳୀୟ ସ୍ଥିତି ସମୀକ୍ଷା ନେଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦାଇତ୍ୱ ଦିଆଯାଇଥିଲା । ସେମାନେ ପିସିସିକୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି।ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଏକାଠି ହେଲେ ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏନେଇ ସୂଚନା ଦେଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ।ଆଜି ବୈଠକରେ ପ୍ରାୟ ୨୫,୨୬ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ରିପୋର୍ଟ ହସ୍ତଗତ ହୋଇଛି।ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ଜିଲ୍ଲାର ରିପୋର୍ଟ ଆସିବ।ତାକୁ ଏଆଇସିସି କୁ ପଠାଯିବ।ସେ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତି ଚୟନ କରାଯିବ ।ଦେଶରେ ଅର୍ଥନୈତିକ ସଙ୍କଟ ଜରିରହିଥିବା ବେଳେ ଚଳିତ ମାସ ୨୧,୨୨ ତାରିଖରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।ଏବଂ ୨୩ ତାରିଖରେ ଭୁବନେଶ୍ୱର ରେ ଅନୁରୂପ କାର୍ଯ୍ୟକ୍ରମ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।

ସୂଚନାଯୋଗ୍ୟ କି ସାଧାରଣ ନିର୍ବାଚନ ପରେ ପ୍ରତି ଜିଲ୍ଲାରେ ପର୍ଯ୍ୟବେକ୍ଷକ ଙ୍କୁ ଜିଲ୍ଲାର ସମୀକ୍ଷା ଦାଇତ୍ୱ ଦିଆଯାଇଥିଲା।ସେମାନେ ପିସିସିକୁ ରିପୋର୍ଟ ପ୍ରଦାନ କରିବା ପରେ ସେ ରିପୋର୍ଟକୁ ଆଧାର କରି ଆଗକୁ ପ୍ରତି ଜିଲ୍ଲାରେ ସାଙ୍ଗଠନିକ ନେତୃତ୍ୱ ଚୟନ କରାଯିବ।ପରବର୍ତୀ ପର୍ଯ୍ୟାୟରେ ପିସିସି କାର୍ଯ୍ୟକର୍ତା ଚୟନ କରାଯିବ।ଏବେ ସୁଦ୍ଧା କେବଳ ପିସିସି ସଭାପତି ଙ୍କ ସହ ଦୁଇଜଣ କାର୍ଯ୍ୟକାରୀ ସଭାପତି ପଦବୀ ବଜାୟ ରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.