ETV Bharat / city

ମଣ୍ଡି ଅବ୍ୟବସ୍ଥା ଦୂର ପାଇଁ ସରକାରଙ୍କୁ ଦାବି କଲା କଂଗ୍ରେସ

author img

By

Published : Dec 21, 2021, 8:09 AM IST

ମଣ୍ଡି ଅବ୍ୟବସ୍ଥା ଦୂର ସହ କଟନୀ ଛଟନୀ ନକରି ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟରେ ଧାନ କ୍ରୟ କରିବାକୁ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ମଣ୍ଡି ଅବ୍ୟବସ୍ଥା ଦୂର ପାଇଁ ସରକାରଙ୍କୁ ଦାବି କଲା କଂଗ୍ରେସ
ମଣ୍ଡି ଅବ୍ୟବସ୍ଥା ଦୂର ପାଇଁ ସରକାରଙ୍କୁ ଦାବି କଲା କଂଗ୍ରେସ

ଭୁବନେଶ୍ବର: ବିଗତ ଦିନରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଅନେକ ଥର ଅଭିଯୋଗ ହୋଇଛି । କେତେବେଳେ ମଣ୍ଡି ସମସ୍ୟା ତ ଆଉ କେତେବେଳେ କଟନୀ ଛଟନୀ ଯୋଗୁଁ ଶୋଷିତ ହୋଇଛନ୍ତି ଚାଷୀ । ଏଥିପାଇଁ ଅନ୍ନଦାତା ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି ଏବଂ ଧାରଣା ଦେଇଛନ୍ତି । ଏହାସତ୍ତ୍ବେ ବି ସରୁନି ଚାଷୀଙ୍କ ଦୁର୍ଦ୍ଦଶା । ଅନେକ ସ୍ଥାନରେ ଏବେ ବି ମଣ୍ଡି ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଛି । ତେଣୁ ମଣ୍ଡି ସମସ୍ୟା ଦୂର ସହ କଟନୀ ଛଟନୀ ନକରି ଉଚିତ୍ ମୂଲ୍ୟରେ ସରକାର ଧାନ କିଣନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ନିକଟରେ ବାତ୍ୟା ଜୱାଦ ଚାଷୀଙ୍କ ଚାଷ ଉଜାଡି ଦେଇଛି । ଏବେ ପାଣିରେ ଭାସୁଛି ଫସଲ । ପୂର୍ବରୁ ମଧ୍ୟ ଅନାବୃଷ୍ଟି ଏବଂ ଅଦିନିଆ ବର୍ଷା ଯୋଗୁଁ ଚାଷ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏସବୁ ମଧ୍ୟରେ ପୂର୍ବରୁ ଚାଷୀ କିଛିଟା ଫସଲ ଅମଳ କରିଥିଲେ । ସେହି ଦୃଷ୍ଟିରୁ ଯେତିକି ବି ଧାନ ଫସଲ ଚାଷୀଙ୍କ ପାଖରେ ରହିଛି ସରକାର ମଣ୍ଡିରେ ନିଅନ୍ତୁ ଏବଂ ଏହାର ଉଚିତ୍ ମୂଲ୍ୟ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.