ETV Bharat / city

Pipili Gang Rape Issue: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି - bhubaneswar news

ଦୀର୍ଘ ଦିନ ପରେ ପୁଣି ଉଠିଲା ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

Pipili Gang Rape Issue: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

author img

By

Published : Nov 29, 2021, 6:25 PM IST

ଭୁବନେଶ୍ବର: ଦୀର୍ଘ ଦିନ ପରେ ପୁଣି ଉଠିଲା ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ବିରୋଧୀ(Pipili Gang rape investigation report ) । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ପିପିଲି ଗଣ ଦୁଷ୍କର୍ମକୁ ନେଇ ସେ ରାଜ୍ୟ ସରକାରଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଛନ୍ତି ।

Pipili Gang Rape Issue: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ନିଶିକାନ୍ତ ମିଶ୍ର କହିଛନ୍ତି ଯେ, "୧୦ ବର୍ଷ ତଳେ ଠିକ ଆଜିର ଦିନରେ ପିପିଲି ଗଣ ଦୁଷ୍କର୍ମ ଘଟିଥିଲା । ନାରୀ ନିର୍ଯାତନା କ୍ଷେତ୍ରରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ନେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଦୋଷୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।"

ପିପିଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟକୁ ଆସନ୍ତା ବିଧାନସଭାରେ ଉପସ୍ଥାପନ କରି ସାର୍ବଜନୀନ କରିବାକୁ କଂଗ୍ରେସ ଦାବି କରିଛି । ଜଷ୍ଟିସ ପିକେ ମହାନ୍ତି କମିଶନଙ୍କ ତଦନ୍ତ ଶେଷ ହେବାର ୬ ବର୍ଷ ପରେ ବି ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବାରୁ ସରକାର ଏହି ରିପୋର୍ଟକୁ ସାର୍ବଜନୀନ କରୁନଥିବା କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.