ETV Bharat / city

ଶିଶୁ ନିଖୋଜ ଘଟଣାରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: କଂଗ୍ରେସ - ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ଶ୍ବେତପତ୍ର

ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବା ବେଳେ ସମସ୍ତ ନିଖୋଜ ଶିଶୁଙ୍କ ରିପୋର୍ଟ ଦେବାକୁ ସରକାରଙ୍କୁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ଶିଶୁ ନିଖୋଜ ଘଟଣାରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: କଂଗ୍ରେସ

author img

By

Published : Dec 12, 2020, 10:14 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବା ବେଳେ ଘଟଣାରେ ପୋଲିସ ପ୍ରଶାସନର କାର୍ଯ୍ୟକାରିତା ଫେଲ ମାରିଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଏଣୁ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରି ବର୍ତ୍ତମାନ ସୁଦ୍ଧା କେତେ ଶିଶୁ ନିଖୋଜ ଅଛନ୍ତି, କେତେ ଜଣଙ୍କୁ ସରକାର ଖୋଜି ପାଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ନିଖୋଜ ଶିଶୁଙ୍କ ଅବସ୍ଥା କିପରି ଅଛି ତାହା ଜଣାଇବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଶିଶୁ ନିଖୋଜ ଘଟଣାରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: କଂଗ୍ରେସ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2016 ମସିହାରୁ ଏପର୍ଯ୍ୟନ୍ତ 7 ହଜାର ଶିଶୁ ନିଖୋଜ ହୋଇଥିବା ଏନସିଇଆରବି ରିପୋର୍ଟରୁ ପ୍ରକାଶ ବୋଲି କଂଗ୍ରେସ କହିବା ସହ ଅନେକ ମହିଳା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ହେଲେ ବର୍ଷ ଶେଷକୁ ମାତ୍ର 7 ଜଣ ଦଣ୍ଡିତ ହେଉଛନ୍ତି । ସରକାର ନାରୀମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ଓ ତାଙ୍କୁ ସମ୍ମାନ ଦେବାକୁ କହୁଥିବା ବେଳେ ମହିଳାଙ୍କୁ ନିର୍ଯ୍ୟାତିତ କରୁଥିବା ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି । ଯାହା ପାଇଁ ହୋଇକୋର୍ଟ ସରକାରଙ୍କୁ ଭତ୍ସନା କରିଛନ୍ତି ।

ଚାରି ମାସରୁ ଉର୍ଦ୍ଧ୍ବ ସମୟ ହେବ ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ପୋଲିସ ବିଫଳ ହେବା, ଯାଜପୁର ଜିଲ୍ଲାର ଶିଶୁ ପିହୁ ନିଖୋଜ ଘଟଣା ଓ ଶୁକ୍ରବାର ରାଜସୁନାଖଳା ଅଞ୍ଚଳର ଶିଶୁକନ୍ୟା ଶ୍ବେତା ସାହୁ ନିଖୋଜ ଘଟଣା ସରକାର ଓ ପୋଲିସ ପ୍ରଶାସନର ଅପାରଗତାକୁ ଦର୍ଶାଉଛି । ତେଣୁ କଂଗ୍ରେସ ପକ୍ଷରୁ ଏହି ଶିଶୁମାନଙ୍କ ନିଖୋଜ ଘଟଣାର ସାତ ଦିନ ଭିତରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ସରକାରଙ୍କ ନିକଟରେ ଦାବି କରିଛି । ନଚେତ ଆଗାମୀ ଦିନରେ ଭିନ୍ନ କାର୍ଯ୍ୟପନ୍ଥା ଆପଣାଇବାକୁ ଦଳ ଚେତାବନୀ ଦେଇଛି । ଶନିବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ମନୋଜ ମହାପାତ୍ର, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ରଶ୍ମିମହାପାତ୍ର ପ୍ରମୁଖ ଏହି ଦାବି କରିବା ସହ ବିଜେଡି ସରକାରରେ ଲୋକଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା ଥିବା ଥାନାଗୁଡିକ ବିଜେଡିର ପାର୍ଟି ଅଫିସ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.