ETV Bharat / city

ପୋଲ ଖୋଲିଲେ ଗଜପତି ! ଆଇନ ମନ୍ତ୍ରୀ ଓ ଏଜିଙ୍କ ବହିଷ୍କାର ଦାବି କଲା କଂଗ୍ରେସ

author img

By

Published : Jun 27, 2020, 10:01 PM IST

ରଥଯାତ୍ରା ଷଡ଼ଯନ୍ତ୍ର ନେଇ ଗଜପତିଙ୍କ ଖୁଲାସା ପରେ ସରକାରକୁ ଘେରିଲା କଂଗ୍ରେସ । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାରେ ସରକାର ସାମିଲ ଥିବା ଅଭିଯୋଗ ଆଣିଛି କଂଗ୍ରସ । ଏନେଇ ଆଇନ ମନ୍ତ୍ରୀ ଏବଂ ଆଡଭୋକେଟ ଜେନେରାଲଙ୍କୁ ସରକାର ବହିଷ୍କାର କରିବାକୁ ଦାବି କରିଛି ଦଳ । ଅଧିକ ପଢନ୍ତୁ..

ପୁରୀ ଗଜପତି ମହାଖୁଲାସା; ଆଇନ ମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ କଂଗ୍ରେସର ବହିଷ୍କାର ଦାବି

ଭୁବନେଶ୍ବର: ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ। ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ NGO ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ବିସ୍ଫୋରକ ବୟାନ ଏହି ଅଭିଯୋଗକୁ ପ୍ରମାଣ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି ।

ସେ ପୁଣି କହିଛନ୍ତି, ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି କି ରାଜ୍ୟସରକାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହିନଥିଲେ। ନବୀନ ବାବୁଙ୍କ ସରକାର ଉଚ୍ଚତମ ନ୍ୟାୟାଳୟରେ ପିଟିସନକାରୀ NGO ଙ୍କ ଓକିଲଙ୍କ କଥା କହିଥିଲେ। ଯାହାକି ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି।

ଏଥିରୁ ସ୍ପଷ୍ଟ ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର । ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ତାଙ୍କର ନିଷ୍ପତ୍ତି ଚୂଡାନ୍ତ ଅଥଚ ରାଜ୍ୟ ସରକାର ତାଙ୍କ ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇ ନାହାନ୍ତି।
ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ । ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା । ତେଣୁ ପ୍ରତପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡିଶା ସରକାରଙ୍କ ଓକିଲ ହରିଷ ସାଲଭେ ଯେଭଳି ଭାବରେ ହଁ ରେ ହଁ ମାରିଲେ, ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ ?

ଆଡଭୋକେଟ ଜେନେରାଲ କାହାପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ । ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ଛାଡିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଚୁପ ବସି ପଡିବା ପାଇଁ ବୋଲି କଂଗ୍ରେସ ଉତ୍ତର ଚାହୁଁଛି ? ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି ।

କଂଗ୍ରେସ ପ୍ରଥମରୁ କହି ଆସୁଥିଲା ରଥଯାତ୍ରା ହେଉ ବୋଲି, ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ପୁରୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ। ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବୀନ ବାବୁ ମିଳିତଭାବେ ଏହି ଷଡଯନ୍ତ୍ର ରଚି ନାହାନ୍ତି, ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଏବଂ ଆଇନମନ୍ତ୍ରୀଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ ବୋଲି କହିଛନ୍ତି ସତ୍ୟ ପ୍ରକାଶ ନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.