ଭୁବନେଶ୍ବର: ଠାକୁରଙ୍କ ଜମି ହଡ଼ପ ପ୍ରସଙ୍ଗ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାଡ଼ିକୁ ଲାଗି ଲିଙ୍ଗରାଜଙ୍କ ଜମି ଅନ୍ୟମାନେ ହାତେଇ ନେଇସାରିଲେଣି । ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥିବାରୁ ଆକ୍ସନ ନୋବାକୁ ଡରୁଛନ୍ତି ରାଜ୍ୟ ସରକାର । ଜମି ହଡପକାରୀଙ୍କ ବିରୋଧରେ ତୁରନ୍ତ ଫୌଜଦାରି ମାମଲା ଲାଗୁ କରି ଗିରଫ କରନ୍ତୁ ବୋଲି କଂଗ୍ରେସ କହିଛି ।
କେଉଁଠି ଜଗନ୍ନାଥଙ୍କ ଜମି ତ କେଉଁଠି ଲିଙ୍ଗରାଜଙ୍କ ଜମି ହଡ଼ପ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବାଡ଼ିକୁ ଲାଗି ଲିଙ୍ଗରାଜଙ୍କ ଜମି ଅନ୍ୟମାନେ ହାତେଇ ନେଇ ସାରିଲେଣି । 23 ସେପ୍ଟେମ୍ବର 2020ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରାଜସ୍ବ ସଚିବ ବିଷ୍ନୁପଦ ସେଠୀ, ଲିଙ୍ଗରାଜଙ୍କ ଜମି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପ୍ରତିଭାଶାଳୀ ବ୍ୟକ୍ତି ହୋଇଥିବାରୁ ଆକ୍ସନ ନେବାକୁ ରାଜ୍ୟ ସରକାର ଡରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ଜମି ହଡପକାରୀଙ୍କ ବିରୋଧରେ ତୁରନ୍ତ ଫୌଜଦାରୀ ମାମଲା ଲାଗୁ କରି ଗିରଫ କରନ୍ତୁ ବୋଲି କଂଗ୍ରେସ କହିଛି । ତେବେ ତିନି ଦିନ ତଳେ 3ଟି ପୌର ନିର୍ବାଚନ ତାଲିକା ପ୍ରକାଶ ପାଇଥିଲା । ବ୍ରହ୍ମପୁର, କଟକ, ଭୁବନେଶ୍ବରରେ ଆଦିବାସୀ ଦଳିତ ରିଜର୍ଭେସନ କାଟିଲେ । 107ଟି ପୌରପାଳିକା ଅଞ୍ଚଳରେ 8ଟି ଅନୁସୂଚିତ ଜାତି ଓ ଜନଜାତି ସିଟ୍ ପୂର୍ବରୁ ପଛୁଆ ବର୍ଗଙ୍କ ସହ ଚଞ୍ଚକତା ହୋଇଥିଲା ।
ଏବେ ଅନୁସୂଚିତ ଜାତିଙ୍କୁ ବି ଛାଡିଲେନି । ବିନା OBC ରିଜର୍ଭେସନରେ କାହିଁକି ନିର୍ବାଚନ ଲଢ଼ିବାକୁ ସରକାର ଏତେ ବ୍ୟାକୁଳ ବୋଲି ସେ କହିଛନ୍ତି । ଅନ୍ୟ ରାଜ୍ୟମାନେ ସୁପ୍ରିମକୋର୍ଟ ଯାଇଥିବାବେଳେ ଓଡି଼ଶା ସରକାର ଗଲେ ନାହିଁ କାହିଁକି ? ଦଳିତ ଆଦିବାସୀ ବର୍ଗଙ୍କୁ ପ୍ରାପ୍ୟ ମିଳୁ ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ