ଭୁବନେଶ୍ବର: କେନ୍ଦୁଝର ଘଷିପୁରାର ଜଣେ ମହିଳାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ କଂଗ୍ରେସ ନେତା ତଥା କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ । ଉଭୟ ନେତା ବିଧାୟକଙ୍କ ପୁଅଙ୍କ ବିରୋଧରେ ଉଚିତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ଅଭିଯୁକ୍ତଙ୍କ ପୁଅ ବିରୋଧରେ ତୁରନ୍ତ ପୋଲିସ ମାମଲା ରୁଜ୍ଜୁ କରୁ ବୋଲି ଦାବି କରିଛି କଂଗ୍ରେସ । ଏହା ସହ ବଦ୍ରୀଙ୍କ ପୁଅ ଉପରେ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଉଭୟ ନେତା ଦାବି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ