ETV Bharat / city

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

author img

By

Published : Feb 23, 2020, 5:26 PM IST

ପବିତ୍ର ବିଧାନସଭାକୁ ମିଥ୍ୟା କହିଥିବା ଏବଂ ପୀଡିତ ପରିବାରଙ୍କୁ ସାହାଯ୍ୟ କରିନଥିବା ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ପଢନ୍ତୁ ସଂପୂର୍ଣ୍ଣ ଖବର...

Congress demand
Congress demand

ଭୁବନେଶ୍ବର: 2007 ମସିହାରୁ ନୟାଗଡ ଜିଲ୍ଲାର ସରଣକୂଳ ଥାନା ଅନ୍ତର୍ଗତ ପୋଟରମ ଖଲି ପାଟଣା ଗାଁରେ କାଙ୍ଗାରୁ କୋର୍ଟ ଯୋଗୁଁ ଏବେ ବି 15 ପରିବାର ଗାଁ ବାହାରେ ଜୀବନ କାଟୁଛନ୍ତି । ଏପର୍ଯ୍ୟନ୍ତ ଏ ଦିଗରେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହିଁ । ବଂର ଏହି ଘଟଣାରେ ଦୋଷୀଙ୍କୁ ସହଯୋଗ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଦେଖି ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ , ରାଜ୍ୟପାଳଙ୍କ କାର୍ଯ୍ୟାଳୟ , ସିବିଆଇ ଓ ଡିଜିଙ୍କ ଅଫିସରୁ ନିର୍ଦ୍ଦେଶ ଆସିଥିବା ବେଳେ ଏହାକୁ ଚପାଇ ରଖିଛନ୍ତି ରାଜ୍ୟ ସରକାର । ଏହି ଘଟଣା ସଂପର୍କରେ ବିଧାନସଭାରେ ଗୃହରାଜ୍ୟ ମନ୍ତ୍ରୀ ଉତ୍ତର ଦେଇ ଏବିଷୟରେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହି ଘଟଣାରେ ନିର୍ବାସିତ ହୋଇ ଦୟନୀୟ ଜୀବନ କାଟୁଥିବା ଲୋକମାନେ ସରକାର ମିଛ କହୁଥିବା ଏବଂ ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ଆଣିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିବା ସାଂଘାତିକ ଅଭିଯୋଗ କରିଛନ୍ତି ।

ତେଣୁ ବାରମ୍ବାର ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଗୃହରାଜ୍ୟ ମନ୍ତ୍ରୀ ମିଛ କହୁଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.