ETV Bharat / city

ଅଚଳ ଓବିସି କମିଶନକୁ କାର୍ଯ୍ୟକ୍ଷମ କରିବା ଦାବିରେ କଂଗ୍ରେସର ଆଟାକ

author img

By

Published : Jan 14, 2020, 4:05 AM IST

ଜାତିଗତ ଜନଗଣନା କଥା କହୁଥିବା ରାଜ୍ୟ ସରକାର ଏପର୍ଯନ୍ତ କାହିଁକି ଓବିସି କମିଶନକୁ କାର୍ଯ୍ୟକ୍ଷମ କରି ନାହାନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

obc commission
ରାଜ୍ୟରେ ଓବିସି କମିଶନ ଲାଗୁ ଦାବି

ଭୁବନେଶ୍ବର: ଆସନ୍ତାବର୍ଷ 2021ରେ ହେବାକୁ ଯାଉଛି ଜନଗଣନା । ଯେଉଁଥିରେ ଓବିସି ଓ ଏସଇବିସିକୁ ସ୍ବତନ୍ତ୍ର ଭାବେ ଗଣନା କରିବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ତେବେ ଜନଗଣନା ସହ ରାଜ୍ୟରେ ଆର୍ଥିକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଜୋର ହେବାରେ ଲାଗିଛି ରାଜନୀତି ।

ଯାହାକୁ ନେଇ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ଏନେଇ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି । ଜାତିଗତ ଜନଗଣନା କଥା କହୁଥିବା ରାଜ୍ୟ ସରକାର ଏପର୍ଯନ୍ତ କାହିଁକି ଓବିସି କମିଶନକୁ କାର୍ଯ୍ୟକ୍ଷମ କରିନାହାନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ରାଜ୍ୟରେ ଓବିସି କମିଶନ ଲାଗୁ ଦାବି

ଦୀର୍ଘଦିନ ଧରି ହାଇକୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟର ଓବିସି କମିଶନକୁ ଅଚଳ ରଖିଥିବାବେଳେ, ଏବେ ଧର୍ମକୁ ଆଖି ଠାର ମାରିବା ଭଳି 2021 ରେ ହେବାକୁ ଥିବା ଜନଗଣନାରେ ଓବିସି ଓ ଏସଇବିସିକୁ ସ୍ବତନ୍ତ୍ର ଭାବେ ଗଣନା କରିବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ତେବେ ବାସ୍ତବରେ ରାଜ୍ୟ ସରକାର ଏହି ବର୍ଗର ଲୋକଙ୍କୁ ଘୃଣା କରନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ ।

Intro:ରାଜ୍ୟ ସରକାର ରାଜ୍ୟର ଓବିସି ଓ ଏସଇବିସି ମାନଙ୍କୁ ରାଜନୀତିର କମୋଡିଟି ଭାବିଛନ୍ତି।ତେଣୁ ସେମାନଙ୍କୁ ଯେତେବେଳେ ଯେମିତି ଇଛା ବ୍ୟବହାର କରିବାକୁ ଚାହୁଁଛନ୍ତି।ଦୀର୍ଘ ଦିନ ଧରି ହାଇକୋର୍ଟର ନିର୍ଦେଶ କୁ ଅବମାନନା କରି ରାଜ୍ୟର ଓବିସି କମିଶନ କୁ ଅଚଳ କରି ରଖିଥିବାବେଳେ ଏବେ ଧର୍ମକୁ ଆଖି ଠାର ମାରିବା ଭଳି 2021 ରେ ହେବାକୁ ଥିବା ଜନଗଣନାରେ ଓବିସି ଓ ଏସଇବିସି କୁ ସ୍ୱତନ୍ତ୍ର ଭାବେ ଗଣନା କରିବାକୁ କେନ୍ଦ୍ର କୁ ସୁପାରିଶ କରିଛନ୍ତି।

Body:ତେବେ ବାସ୍ତବରେ ରାଜ୍ୟ ସରକାର ଏହି ବର୍ଗର ଲୋକମାନଙ୍କୁ ଘୃଣା କରନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ଆହୁରି କହିଛନ୍ତି କି ଦୀର୍ଘ ସମୟ ଧରି ଓବିସି କମିଶନ କୁ ଅଚଳ କରି ରଖିବା ଏବଂ ନ୍ୟାୟାଳୟର ନିର୍ଦେଶକୁ ପାଳନ ନ କରିବା ଏହା ସରକାରଙ୍କ ଆନ୍ତରିକତା କୁ ସୁଚାଉ ଅଛି।ତେବେ ହଠାତ 20 ବର୍ଷର ଶାସନ ପରେ ଆଗାମୀ ପୌର ନିର୍ବାଚନ କୁ ଆଖିଆଗରେ ରଖି ଚେଇଁ ଶୋଇଥିବା ସରକାର ଭୋଟ ରାଜନୀତି ପାଇଁ ଉଠି କୁମ୍ଭୀର କାନ୍ଦଣା କରୁଥିବା ପ୍ରକାଶ କରିଛନ୍ତି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.