ଭୁବନେଶ୍ବର: ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖିବା ପରେ ତେଜିଲା ରାଜନୀତି । ରାଜ୍ୟରେ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(Pradhan Mantri Awaas Yojana) ଘର ପାଇନାହାନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ପୋର୍ଟାଲ ବନ୍ଦ ଥିବାରୁ ପଞ୍ଜୀକରଣ କରି ପାରୁ ନାହାନ୍ତି ହିତାଧିକାରୀ ।
ଏହାମଧ୍ୟ ପଢନ୍ତୁ: ଗ୍ରାମୀଣ ଆବାସ ଯୋଜନା: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ ଆଣିଲା BJD
ଫନି ପ୍ରଭାବିତଙ୍କୁ ଏଯାଏଁ ସହାୟତା ରାଶି ମିଳିନଥିବା ଦର୍ଶାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ତେବେ ଏହାକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ତେରଚ୍ଛା ବାଣ ମାରିଥିବାବେଳେ କଂଗ୍ରେସ ପ୍ରତାପଙ୍କୁ ତାଚ୍ଛଲ୍ୟ କରିଛି ।
ପ୍ରତାପ ଏପର୍ଯ୍ୟନ୍ତ କ'ଣ କରୁଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରିଛନ୍ତି । ସବୁ ଭୋଟ ରାଜନୀତି, ମନ୍ତ୍ରୀଙ୍କର ଆଗରୁ କାହିଁକି ମନେ ପଡ଼ିଲା ନାହିଁ ଓ ନିର୍ବାଚନ ସମୟରେ ଗରିବ ହିତାଧିକାରୀଙ୍କ କଥା ମନେ ପଡ଼ିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁର । କେନ୍ଦ୍ର ସରକାର ଅର୍ଥ ଦେବାରେ ରାଜ୍ୟକୁ ବହୁ ବିଳମ୍ବ କରୁଥିବା ମଧ୍ୟ ସୁର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ