ETV Bharat / city

ସର୍ଟଟର୍ମ ବିଧାନସଭା ଡାକନ୍ତୁ ସରକାର: କଂଗ୍ରେସ - କୋରୋନା ସର୍ବଦଳୀୟ ବୈଠକ

ସର୍ବଦଳୀୟ ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସର୍ବଦଳୀୟ ବୈଠକ ନୁହେଁ ସରକାରଙ୍କ ପ୍ରଚାର ସଭା ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ...

ସର୍ଟଟର୍ମ ବିଧାନସଭା ଡାକନ୍ତୁ ସରକାର: କଂଗ୍ରେସ

author img

By

Published : May 17, 2021, 10:57 PM IST

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସର୍ବଦଳୀୟ ବୈଠକ ନୁହେଁ ସରକାରଙ୍କ ପ୍ରଚାର ସଭା ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଅନେକ ବିଧାୟକଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ତାଲା ବନ୍ଦ ପାଇଁ ହଇରାଣ ହେଉଥିବା ଶ୍ରମିକ ମାନଙ୍କ ପରିବାରଙ୍କୁ ମାସିକ 6 ହଜାର ଟଙ୍କା ଦିଆଯାଉ । ତୁରନ୍ତ ବିଧାନସଭା ବୈଠକ ପାଇଁ ଦାବି କରିଛି କଂଗ୍ରେସ ।

ସର୍ଟଟର୍ମ ବିଧାନସଭା ଡାକନ୍ତୁ ସରକାର: କଂଗ୍ରେସ

ବିଧାୟକମାନେ ମଧ୍ୟ ଏହି ସଙ୍କଟ ସମୟରେ ଗାଁରେ ବୁଲିବା ଦରକାର ନଚେତ ପ୍ରଶାସନିକ ଅଧିକାରୀ ମାନେ ଭୁଲ ତଥ୍ୟ ଦେବେ । ସେପଟେ ବୈଠକରେ କହିବାକୁ ସୁଯୋଗ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ଖୋର୍ଦ୍ଧାରେ ସଂକ୍ରମଣ ବଢୁଥିବା ବେଳେ ସୁର ରାଉତରାୟ କିଛି କହିବାକୁ ଚାହୁଁଥିଲେ ମାତ୍ର ତାଙ୍କୁତ କହିବାର ସୁଯୋଗ ଦିଆଗଲା ନାହିଁ । ପ୍ରଶାସକ ମାନଙ୍କ ମୁହଁରୁ ସରକାରଙ୍କ ପ୍ରଶଂସା ଶୁଣାଇବା ପାଇଁ ଡ଼କାଯାଇଥିଲା ସର୍ବଦଳୀୟ ବୈଠକ ।

ରାଜ୍ୟରେ କୋଭିଡର ମୁକାବିଲା ପାଇଁ ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରି ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ । କୋଭିଡରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ କିମ୍ବା ବାପା ଓ ମା’ଙ୍କୁ ହରାଇଥିବା ଶିଶୁଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ । ଏହାସହ ପିଲାଙ୍କୁ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯିବ । ଆସନ୍ତା ମେ’ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ଏଏନଏମ (ANM) ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.