ETV Bharat / city

ଆଜି ବସିବ ଉପନିର୍ବାଚନ ପ୍ରାର୍ଥୀ ଚୟନ କମିଟି ବୈଠକ

author img

By

Published : Apr 20, 2021, 8:13 AM IST

Updated : Apr 20, 2021, 8:39 AM IST

ପିପିଲି ଉପନିର୍ବାଚନ ଲାଗି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଂଗ୍ରେସର ପ୍ରାର୍ଥୀ କିଏ ହେବ, ଏ ନେଇ ସସପେନ୍ସ ଜାରି ରହିଛି । ଅଜିତ ମଙ୍ଗରାଜଙ୍କ ପତ୍ନୀ ନା ଦଳରୁ ଆଉ କିଏ ପ୍ରାର୍ଥୀ ହେବେ ଏ ନେଇ ହଟିନି ପରଦା । ଏନେଇ ଆଜି କଂଗ୍ରେସର ବସିବ ପ୍ରାର୍ଥୀଚୟନ ବୈଠକ । ଏହି ବୈଠକରେ ନିଷ୍ପତ୍ତି ନିଆଯିବ କିଏ ହେବ ପ୍ରାର୍ଥୀ । ଅଧିକ ପଢନ୍ତୁ...

congress candidate selection meeting will be held today
ବସିବ ଉପନିର୍ବାଚନ ପ୍ରାର୍ଥୀ ଚୟନ କମିଟି ବୈଠକ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଂଗ୍ରେସର ପ୍ରାର୍ଥୀ କିଏ ହେବ, ଏ ନେଇ ସସପେନ୍ସ ଜାରି ରହିଛି । ଅଜିତ ମଙ୍ଗରାଜଙ୍କ ପତ୍ନୀ ନା ଦଳରୁ ଆଉ କିଏ ପ୍ରାର୍ଥୀ ହେବେ ଏ ନେଇ ହଟିନି ପରଦା । ପିସିସିଠୁ ଆରମ୍ଭ କରି ଏଆଇସିସି ପର୍ଯ୍ୟନ୍ତ ଅଜିତଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ଲାଗି ଏକପ୍ରକାର ସ୍ଥିର କରିଛନ୍ତି । ସ୍ବାମୀ ପରେ ଶାଶୂଙ୍କ ଅକାଳ ଦେହାନ୍ତକୁ ନେଇ ବନ୍ଦନାଙ୍କ ମାନସିକ ଅବସ୍ଥା ଠିକ ନଥିବା କୁହାଯାଉଛି । ସାନି ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ବନ୍ଦନାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ।

ଯଦି ବନ୍ଦନା ନିର୍ବାଚନ ଲଢ଼ିବା ନେଇ ଅନିଚ୍ଛା ପ୍ରକାଶ କରନ୍ତି । ତେବେ ତାଙ୍କର ବିକଳ୍ପ କିଏ ହେବେ, ଏନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରାର୍ଥୀ ଚୟନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଧ୍ୟକ୍ଷ ରହିଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ ଆବାହକ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ବିପିନ୍ ଦାଶ, ଗଣେଶ୍ବର ବେହେରା, ରଞ୍ଜିବ ବିଶ୍ବାଳ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତିରଂଜନ ଲେଙ୍କା, ସୟଦ ୟାସିର ନବାଜ, ମାନସ ଚୌଧୁରୀ, ବିଶ୍ବଜିତ୍ ଦାସ, ବିଶ୍ବଭୂଷଣ ଦାସ, ଅମୀୟ କୁମାର ପଟ୍ଟନାୟକ, ଜ୍ଞାନଦେବ ବେଉରା, ରଜତ ଚୌଧୁରୀ, ଜିନେଶ ଦାସ ପ୍ରମୁଖ କମିଟିରେ ସଦସ୍ୟ ରହିଛନ୍ତି । ଏହି କମିଟିର ବୈଠକ ଆଜି ପୂର୍ବାହ୍ନ ୧୧ ଟା'ରେ ବସିବ । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଦଳର ପ୍ରାର୍ଥୀ ଚୟନ ସଂପର୍କରେ ବିଷଦ ଆଲୋଚନା ହେବ ବୋଲି ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ ଜଣାଇଛନ୍ତି ।

ସୂଚନାଥାଉକି ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଦେହାନ୍ତ ହୋଇଛି । ଏଥିଯୋଗୁଁ ନିର୍ବାଚନକୁ 17 ଅପ୍ରେଲରୁ ମେ 13 କୁ ଘୁଞ୍ଚାଇଥିଲେ ନିର୍ବାଚନ କମିସନ । ନିର୍ବାଚନ କମିସନଙ୍କ ସାନି ବିଜ୍ଞପ୍ତି ପ୍ରକାଶ ପରେ କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ସମସ୍ତ ରାଜନୈତିକ ଦଳର ନଜର ରହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 20, 2021, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.