ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସମସ୍ୟା ଓ ଦରଦାମ ବୃଦ୍ଧି ସମେତ ଲୋକ ଓ ଜମି ସୁରକ୍ଷାକୁ ନେଇ ଆସନ୍ତା 15 ତାରିଖରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ଡାକରା ଦେଇଛି । ତେବେ ସକାଳ 7ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ବନ୍ଦ କରିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦରଦାମ ବୃଦ୍ଧି, ଚାଷୀଙ୍କ ସମସ୍ୟା, ବେକାରୀଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟର ଜଳ, ଜମି ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଦେଇପାରୁନଥିବା ଆଦି ସମସ୍ୟା ଦିଗକୁ ନେଇ ବନ୍ଦ ପାଳନ କରାଯାଉଛି । ଓଡିଶାର ସ୍ବାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବେ ବୋଲି କଂଗ୍ରେସ ଆଶା କରିଛି । ଏହି ବନ୍ଦ ଡାକରା ଜନସଚେତନତା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦ ଡାକରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ହେବା ସହିତ ରାଜ୍ୟବାସୀଙ୍କୁ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ପିସିସି ସଭାପତି ନିରଞ୍ଜନ ଆହ୍ବାନ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ