ETV Bharat / city

କଂଗ୍ରେସର ଓଡିଶା ବନ୍ଦ ଡାକରା, ସକାଳ 6ରୁ 12 ଯାଏଁ ରେଳ ଚଳାଚଳ ବନ୍ଦ

author img

By

Published : Nov 11, 2021, 1:09 PM IST

ଆସନ୍ତାକାଲି(ଶୁକ୍ରବାର) 6 ଘଣ୍ଟିଆ ଓଡିଶା ବନ୍ଦର ଡାକରା ଦେଇଛି କଂଗ୍ରେସ । ରେଳ ଚଳାଚଳ ସହ ସକାଳ 6 ରୁ 12 ପର୍ଯନ୍ତ ବନ୍ଦ ରହିବ ଓଡିଶା । ଅଧିକ ପଢନ୍ତୁ...

ଶୁକ୍ରବାର କଂଗ୍ରେସର 6 ଘାଣ୍ଟିଆ ଓଡିଶା ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) 6 ଘଣ୍ଟିଆ ଓଡିଶା ବନ୍ଦର ଡାକରା ଦେଇଛି କଂଗ୍ରେସ । ରେଳ ଚଳାଚଳ ସହ ସକାଳ 6 ରୁ 12 ପର୍ଯ୍ୟନ୍ତ ବନ୍ଦ ରହିବ ଓଡିଶା । ତେବେ ଓଡିଶା ବନ୍ଦକୁ ସଫଳ କରିବାକୁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜରୁରୀକଳୀନ ଓ ମେଡିକାଲ ସେବାକୁ ବାଦ ଦେଲେ ବାକି ସବୁ ବନ୍ଦ ରହିବ ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।

ସେ କହିଛନ୍ତି ଯେ, 2 ବର୍ଷ ଧରି ଜୀବିକା ଜୀବନ ଭିତରେ ଯେଉଁମାନେ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ଗୋଟିଏ ଓଳି ଛାଡ କରି 6 ଘଣ୍ଟା ବନ୍ଦର ଡାକରା ଦିଆଯାଇଛି । ତେବେ ବିଜେଡି ଦଳରେ ହେଉଥିବା କଳାକାରନାମା ଗଣମାଧ୍ୟମରେ ବହୁତଥର ପ୍ରକାଶିତ ହୋଇଛି । ମାହାଙ୍ଗା, ବାଙ୍କୀରେ ଡବଲ ମର୍ଡର ଘଟଣା, ଏସସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ଏଭଳି ବହୁତ ଚିତ୍ର ସାମ୍ନାନକୁ ଆସିଛି । ଆଉ ଏବେ ଏ ମାଟିର ସାହସୀ ଝିଅ ମମିତା ମୃତ୍ୟୁ, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ପ୍ରମାଣିତ କରୁଛି ବୋଲି କଂଗ୍ରେସ କହିଛି ।

ଅନ୍ୟପଟେ ଭିଜିଲାନ୍ସ ଜାଲରେ ବହୁ ଅଫିସର ଧରା ପଡୁଥିବା ବେଳେ ମନ୍ତ୍ରୀମାନଙ୍କ ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ସରକାର । ଏହା କଣ ସୂଚାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.