ETV Bharat / city

Dhamnagar Bypoll: ରାଜେନ୍ଦ୍ରଙ୍କୁ ବିଜେଡି ଟଙ୍କା ଅଫର୍‌ କରୁଥିବା କଂଗ୍ରେସର ଅଭିଯୋଗ

ରାଜେନ୍ଦ୍ରଙ୍କୁ ବିଜେଡି ଟଙ୍କା ଅଫର୍‌ କରୁଥିବା କଂଗ୍ରେସର ଅଭିଯୋଗ । ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ଭାବରେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ଦାସଙ୍କୁ ନିର୍ବାଚନରୁ ଓହରି ଯିବାକୁ ବିଜେଡି ଟଙ୍କା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

congress alleges BJD offered money to Rajendra das to withdrew from Dhamnagar Bypoll
Dhamnagar Bypoll: ରାଜେନ୍ଦ୍ରଙ୍କୁ ବିଜେଡି ଟଙ୍କା ଅଫର୍‌ କରୁଥିବା କଂଗ୍ରେସର ଅଭିଯୋଗ
author img

By

Published : Oct 16, 2022, 5:11 PM IST

ଭୁବନେଶ୍ବର: ଦଳୀୟ ଟିକେଟ ନମିଳିବାରୁ ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ଭାବରେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ଦାସ ନାମାଙ୍କନ ଭରିବା ପରେ ବର୍ତ୍ତମାନ ଶାସକ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥିପାଇଁ ବିଜେଡି ରାଜେନ୍ଦ୍ର ଦାସଙ୍କୁ ନିର୍ବାଚନରୁ ଓହରି ଯିବାକୁ ବିଜେଡି ଟଙ୍କା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣିଛି କଂଗ୍ରେସ ।

Dhamnagar Bypoll: ରାଜେନ୍ଦ୍ରଙ୍କୁ ବିଜେଡି ଟଙ୍କା ଅଫର୍‌ କରୁଥିବା କଂଗ୍ରେସର ଅଭିଯୋଗ

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଧାମନଗର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେରୋଜଗାରୀ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏଣୁ ଧାମନଗରରେ ଲୋକେ କଂଗ୍ରେସକୁ ବାଛିବେ । ଆଜି ରାଜେନ୍ଦ୍ର ଦାସଙ୍କୁ ବିଜେଡି ଟଙ୍କା ପ୍ରଲୋଭନ ଦେଖାଇଛି । କିନ୍ତୁ ରାଜେନ୍ଦ୍ର ଦାସ ଏହାକୁ ଗ୍ରହଣ କରି ନାହାନ୍ତି । କଂଗ୍ରେସକୁ ଏହାର ଫାଇଦା ହେବ । ଧାମନଗରରେ କଂଗ୍ରେସ ଜିତିବ ।"

ଏହା ମଧ୍ୟ ପଢନ୍ତୁ: ସବୁ ଦଳ ମିଶିଗଲେ ମଧ୍ୟ ବିଜେଡି ଜିତିବ: ବିଧାୟକ ପ୍ରଫୁଲ୍ଲ ସାମଲ

ସେପଟେ ଧାମନଗର ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରସ୍ତୁତ ରହିଛି । କିଛିଦିନ ପୂର୍ବରୁ କଂଗ୍ରେସ ଧାମନଗରରେ ଦଳୀୟ ପ୍ରଚାର ପାଇଁ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ସୁର ରାଉତରାୟ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନାମ ରହିଛି । ଉଭୟ ଖୁବଶୀଘ୍ର ଧାମନଗରରେ ପ୍ରଚାର କରି ଭୋଟ ଭିକ୍ଷା କରିବେ ।

ଏହା ମଧ୍ୟ ପଢନ୍ତୁ: Exclusive: କାହା ବିରୋଧରେ ପ୍ରଚାର କରିବି ନାହିଁ, ଲୋକଙ୍କ ଆଶୀର୍ବାଦ ଲୋଡିବି: ରାଜେନ୍ଦ୍ର ଦାସ

ତା ସହତି ରାଜେନ୍ଦ୍ର ଦାସଙ୍କୁ ନେଇ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ରାଜେନ୍ଦ୍ର ଦାସ ବିଜେଡି ପାଇଁ ବୁମେରାଂ ହେବେ । କାରଣ ଗତ ଥର ସେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କୁ ବିଜେଡି ଟିକେଟ ଦେଲା ନାହିଁ । ଏବେ ବିଜେଡିର ଭୋଟ ଦୁଇ ଭାଗ ହେବ । କଂଗ୍ରେସକୁ ଏହାଦ୍ବାରା ଫାଇଦା ହେବ । ସେ ଧାମନଗର ନିର୍ବାଚନରେ କଡ଼ା ପ୍ରତିଦ୍ବନ୍ଦିତା କରିବେ । କିନ୍ତୁ ଶେଷରେ ବାଜି ମାରିବ କଂଗ୍ରେସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.