ETV Bharat / city

ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ବର୍ଷିଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

congress allegation
ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ
author img

By

Published : Nov 27, 2019, 4:45 PM IST

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ । ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ଼ଶୋ’ ପାଇଁ ହାଇଦ୍ରାବାଦ ଯାଇଥିଲେ । ଏପରିକି ତାଙ୍କ ସହ ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିବା ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।

ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

କଂଗ୍ରେସ ଅଭିଯୋଗ ଅନୁଯାୟୀ, ସରକାରୀ ଅର୍ଥରେ ୨ ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ଏକ ଘରୋଇ ପଞ୍ଚତାରକା ହୋଟେଲରେ ରହିବା ବାବଦକୁ ଖର୍ଚ୍ଚ କରିଛନ୍ତି । ଏନେଇ କଂଗ୍ରେସ ପ୍ରଶ୍ନ କରିଛି ମହିଳାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ ? ଆଉ ମନ୍ତ୍ରୀଙ୍କ ଦୁଇ ବାନ୍ଧବୀ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ କଣ ଅଭିଜ୍ଞତା ଓ ଅବଦାନ ଅଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସରକାରୀ କାର୍ଯ୍ୟରେ ଯାଇ ମନ୍ତ୍ରୀ କିଭଳି ବାହାର ଲୋକଙ୍କୁ ନେଇ ସରକାରୀ ଅର୍ଥ ଖର୍ଚ୍ଚ କଲେ । ଏହି ଅର୍ଥ ଓଟିଡିସି ନିଜେ ଦେଇଛି କି ଆଉ କିଏ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ସ୍ପଷ୍ଟୀକରଣ ଓଟିଡିସି ରଖୁ ବୋଲି ବୁଧବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ସରକାର ଅର୍ଥକୁ ଅଯଥା ଖର୍ଚ୍ଚ ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କେମିତି ସରକାରୀ ଅର୍ଥ ଖର୍ଚ୍ଚ କଲେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ଅଛି କି, ନିଜେ ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ।

Body:ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ।ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ବର୍ଷିଲା କଂଗ୍ରେସ।ଅଭିଯୋଗ ଅନୁଯାୟୀ ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ଼ ସୋ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଦୁଇ ଜଣ ମହିଳା ବନ୍ଧୁଙ୍କୁ ସାଙ୍ଗରେ ନେଇ ଯାଇଥିଲେ।ତଥ୍ୟ ଅନୁଯାୟୀ ସରକାରୀ ଅର୍ଥରେ ୨ ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ଏକ ଘରୋଇ ପଞ୍ଚତାରକା ହୋଟେଲରେ ରହିବା ବାବଦକୁ ସରକାରୀ ଅର୍ଥ ଖର୍ଚ୍ଚ କରିଛନ୍ତି।ମନ୍ତ୍ରୀଙ୍କ ସହ ୨ମହିଳା ଇଣ୍ଡିଗୋ ବିମାନ ରେ ଯାଇଥିଲେ ହାଇଦ୍ରାବାଦ ।ପ୍ରଶ୍ନ ଉଠୁଛି ସେ ମହିଳାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ ?ମନ୍ତ୍ରୀଙ୍କ ଦୁଇ ବାନ୍ଧବୀ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ କଣ ଅଭିଜ୍ଞତା ଓ ଅବଦାନ ଅଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ।ସରକାରୀ କାର୍ଯ୍ୟରେ ଯାଇ କିଭଳି ବାହାର ଲୋକଙ୍କୁ ନେଇ ଖର୍ଚ କଲେ।ଏହି ଅର୍ଥ ଓଟିଡିସି ନିଜେ ଦେଇଛି କି କୌଣସି ପ୍ରାୟୋଜକ ଏ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ସ୍ପଷ୍ଟୀକରଣ ଓଟିଡିସି ରଖୁ ବୋଲି ବୁଧବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।ରାଜ୍ୟ ସରକାର ସରକାର ଅର୍ଥକୁ ମିତବ୍ୟୟିତା ନକରିବାକୁ ନିର୍ଦ୍ଧେଶ ଦେଇଥିବା ବେଳେ ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କେମିତି ସରକାରୀ ଅର୍ଥ ଖର୍ଚ୍ଚ କଲେ ସେ ନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଅବଗତ ଅଛି କି ,ନିଜେ ମୁଖ୍ୟମନ୍ତ୍ରୀ ଏ ନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ।ଯଦି ମନ୍ତ୍ରୀ କୌଣସି ସରକାରୀ କାର୍ଯ୍ୟରେ ବାହାର ରାଜ୍ୟକୁ ଯାଉଛନ୍ତି ତେବେ ସେ ସେହି ରାଜ୍ୟର ଅତିଥି ହେବା କଥା ।ମନ୍ତ୍ରୀଙ୍କ ସମସ୍ଥ ଖର୍ଚ୍ଚ ସମ୍ପୃକ୍ତ ରାଜ୍ୟ ଖର୍ଚ୍ଚ କରିବା କଥା ।କିନ୍ତୁ ମନ୍ତ୍ରୀ ତାହା କରିନାହାନ୍ତି ବୋଲି ସତ୍ୟ ପ୍ରକାଶ କହିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.