ETV Bharat / city

ବିଏମସିର ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ କଂଗ୍ରେସର ବିରୋଧ

author img

By

Published : Oct 14, 2019, 5:20 PM IST

ନୂଆ ବେଞ୍ଚମାର୍କ ମୂଲ୍ୟ ସହ ବିଏମସିର ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ କଂଗ୍ରେସର ଜୋରଦାର ବିରୋଧ । ଏପରିକି ବିଏମସିକୁ ଅଚଳ କରିବାକୁ ଧମକ ଦେଲେ ବରିଷ୍ଠ ବିଧାୟକ ସୁର ରାଉତରାୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ବିଏମସି ଉପରେ ବର୍ଷିଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁର ରାଉତରାୟ ବିଏମସିର ବର୍ଦ୍ଧିତ ଟ୍ୟାକ୍ସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁର କହିଛନ୍ତି ବିଗତ 20 ବର୍ଷ ହେଲା ଟଙ୍କାଟିଏ ଟ୍ୟାକ୍ସ ବଢାଇ ନଥିଲା । ହେଲେ ଏବେ କଣ ଆବଶ୍ୟକତା ପଡିଲା ହଠାତ ଟ୍ୟାକ୍ସ ବଢାଇବାକୁ ବିଏମସି ନିଷ୍ପତ୍ତି ନେଲା । ଯଦି ରାଜସ୍ବ ବଢାଇବାର ଅଛି 5ରୁ 10ପ୍ରତିଶତ ବଢାଯାଉ । ଏଥିରୁ ଅଧିକ ବଢାଗଲେ କଂଗ୍ରେସ ଆନ୍ଦୋଳନ କରିବ । ବିଏମସିକୁ ଅଚଳ କରିଦେବ ବୋଲି ସୁର ମଧ୍ୟ ଧମକ ଦେଇଛନ୍ତି ।

ସେପଟେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ବରରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ବଢାଇଥିବାରୁ ସେହି ଅନୁଯାୟୀ ହୋଲଡିଂ ଟ୍ୟାକ୍ସ ବଢିଛି । ସେ ସ୍ପଷ୍ଟ କରିଛନ୍ତି ଏବେବି ବିଏମସି ପକ୍ଷରୁ ୧୯୯୮ ମସିହାରେ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଧାର୍ଯ୍ୟ କରାଯାଇଥିବା ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ରାଜସ୍ବ ବୃଦ୍ଧି ପାଇଁ ଦୀର୍ଘ ବର୍ଷ ପରେ ହୋଲଡିଂ ଟ୍ୟାକ୍ସର ବେଞ୍ଚମାର୍କ ବଢାଯାଇଥିବା କହିଛନ୍ତି କମିଶନର । ଏହାସହ କୌଣସି ନିର୍ମାଣ ଉପରେ ବର୍ଦ୍ଧିତ ଟ୍ୟାକ୍ସ ଲାଗୁହେବନି, କେବଳ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ।

ନୂଆ ନିୟମ ହିସାବରେ ୧୦୦ ବର୍ଗଫୁଟ ଜମିକୁ ପାଖାପାଖି ୨୦ ହଜାର ଟଙ୍କା ଦେବାକୁ ପଡିବ । ଆବାସିକ ହୋଲଡିଂ ଟ୍ୟାକ୍ସ ଆଦାୟ ପାଇଁ ଜମିଓ ଘରର ମୂଲ୍ୟକୁ ହିସାବକୁ ନେଇ ଏବେ ୧୭.୫ ପ୍ରତିଶତ ଟ୍ୟାକ୍ସ ଆଦାୟ ହେଉଛି । ନୂଆ ନିୟମ ହିସାବରେ କେବଳ ଜମିର ନୂଆ ବେଞ୍ଚମାର୍କ ମୁଲ୍ୟ ଅନୁଯାୟୀ ଟ୍ୟାକ୍ସ ଆଦାୟ ହେବ ।

ସୂଚନା ଯୋଗ୍ୟ ଯେ ବିଏମସି ୧୯୯୮ ମସିହାରେ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରିଥିଲା । ସେହି ମୂଲ୍ୟ ଅନୁସାରେ ଟ୍ୟାକ୍ସ ଆଦାୟ ହେଉଛି । କିନ୍ତୁ ଏବେ ବିଏମସି ନୂତନ ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରି ପ୍ରଚଳନ କରିବାକୁ ଯୋଜନା କରିଛି ବିଏମସି । ଆସନ୍ତା ନଭେମ୍ବର ମାସରୁ ଏହା ପିଛିଲା ଭାବେ ୨୦୧୯ ଏପ୍ରିଲରୁ ନୂଆ ନିୟମକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଏମସି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଏମସି ହୋଲଡିଂ ଟ୍ୟାକ୍ସକୁ ନେଇ ବର୍ଷିଲା କଂଗ୍ରେସ।

Body:ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ବର୍ଷିଲା ରାଜ୍ୟ କଂଗ୍ରେସ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସର ବେଞ୍ଚମାର୍କ ରେଟକୁ କଂଗ୍ରେସର ବିରୋଧ।ସୋମବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଏମସି ଉପରେ ବର୍ଷିଛନ୍ତି ବରିଷ୍ଠ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ।ଭୁବନେଶ୍ୱର ରେ ବିଭିନ୍ନ ବର୍ଗର ଲୋକ ବାସ କରୁଛନ୍ତି, ଦୀର୍ଘ ୨୦ ବର୍ଷ ହେଲା ଟଙ୍କାଟିଏ ହୋଲଡିଂ ଟ୍ୟାକ୍ସ ବଢ଼ିନଥିଲା, ହେଲେ ଏବେ କଣ ପାଇଁ ବଢ଼ାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁର। ହୋଲଡିଂ ଟ୍ୟାକ୍ସ ବଢେଇବାର ଅଛି ତେବେ ୫,୧୦ ପ୍ରତିଶତ ବଢ଼େଇଲେ ହେବ,ଯଦି ଅଧିକ ବଢେ ତେବେ ଆଗକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବିଏମସି ଆଗରେ ଧାରଣା ଦିଆଯିବ।ବିଏମସି କୁ ଅଚଳ କରିଦିଆଯିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି।

ସେପଟେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀଙ୍କ ସୂଚନା ଅନୁସାରେ ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ୱର ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ବଢାଇଥିବାରୁ ସେହି ଅନୁଯାୟୀ ହୋଲଡିଂ ଟ୍ୟାକ୍ସ ବଢିଛି।ବିଏମସି ପକ୍ଷରୁ ଏବେବି ୧୯୯୮ ମସିହାରେ ଭୁବନେଶ୍ୱର ର ବିଭିନ୍ନ ସ୍ଥାନ ପାଇଁ ଧାର୍ଯ୍ୟ କରାଯାଇଥିବା ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛି।ରାଜସ୍ବ ବୃଦ୍ଧି ପାଇଁ ଦୀର୍ଘ ବର୍ଷ ପରେ ହୋଲଡିଂ ଟ୍ୟାକ୍ସର ବେଞ୍ଚମାର୍କ ବଢ଼ାଗଲା।କୌଣସି ନିର୍ମାଣ ଉପରେ ବର୍ଦ୍ଧିତ ଟ୍ୟାକ୍ସ ଲାଗୁହେବନି,କେବଳ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ।

ନୂଆ ନିୟମ ହିସାବରେ ୧୦୦ ବର୍ଗଫୁଟ ଜମିକୁ ପାଖାପାଖି ୨୦ ହଜାର ଟଙ୍କା ପଡିବ।ଆବାସିକ ହୋଲଡିଂ ଟ୍ୟାକ୍ସ ଆଦାୟ ପାଇଁ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ଏବେ ୧୭.୫ପ୍ରତିଶତ ଟ୍ୟାକ୍ସ ଆଦାୟ ହେଉଛି।ନୂଆ ନିୟମ ହିସାବରେ କେବଳ ଜମିର ନୂଆ ବେଞ୍ଚମାର୍କ ମୁଲ୍ୟ ଅନୁଯାୟୀ ଟ୍ୟାକ୍ସ ଆଦାୟ ହେବ।

ସୂଚନା ଥାଉ କି ବିଏମସି ୧୯୯୮ ମସିହାରେ ଭୁବନେଶ୍ୱର ବିଭିନ୍ନ ଅଂଚଳରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା।ଏବେ ବିଏମସି ନୂତନ ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରି ଲାଗୁ କରିବାକୁ ଯୋଜନା କରିଛି।ଚଳିତ ବର୍ଷ ନଭେମ୍ବର ମାସରୁ ଏହା ଆଦାୟ ହେବ।ପିଛିଲା ଭାବେ ୨୦୧୯ ଏପ୍ରିଲ ରୁ ଏହି ମୁଲ୍ୟ କୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଏମସି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.