ETV Bharat / city

ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇ ଦ୍ଵନ୍ଦ, ଅସହଯୋଗ ଧମକ ଦେଲା ବ୍ରାହ୍ମଣ ନିଯୋଗ - ମହାଶିବରାତ୍ରିକୁ ନେଇ ଅସହଯୋଗ ଧମକ ଦେଲା ବ୍ରାହ୍ମଣ ନିଯୋଗ

ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା ନେଇ କ୍ଷୋଭ । ଭକ୍ତଙ୍କ ଭାବାବେଗ ନେଇ ବ୍ରାହ୍ମଣ ନିଯୋଗର ଧମକ। ଭକ୍ତଙ୍କୁ ମନ୍ଦିର ବେଢାକୁ ଦୀପ ଓ ଭୋଗ ନେବାକୁ ଅନୁମତି ଦିଆଯାଉ, ନଚେତ ଜାଗର ଯାତ୍ରାରେ ପ୍ରଶାସନକୁ ସହଯୋଗ କରିବେ ନାହିଁ । ଅଧିକ ପଢନ୍ତୁ

ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇ ଦ୍ଵନ୍ଦ, ଅସହଯୋଗ ଧମକ ଦେଲା ବ୍ରାହ୍ମଣ ନିଯୋଗ

author img

By

Published : Feb 26, 2022, 10:51 PM IST

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା ନେଇ କ୍ଷୋଭ । ଭକ୍ତଙ୍କ ଭାବାବେଗ ନେଇ ବ୍ରାହ୍ମଣ ନିଯୋଗର ଧମକ। ଭକ୍ତଙ୍କୁ ମନ୍ଦିର ବେଢାକୁ ଦୀପ ଓ ଭୋଗ ନେବାକୁ ଅନୁମତି ଦିଆଯାଉ, ନଚେତ ଜାଗର ଯାତ୍ରାରେ ପ୍ରଶାସନକୁ ସହଯୋଗ କରିବେ ନାହିଁ । ଏନେଇ ଆଜି(ଶନିବାର) ବସିଥିବା ସମନ୍ବୟ ବୈଠକ ପରେ ଏପରି ଧମକ ଦେଇଛନ୍ତି ବ୍ରାହ୍ମଣ ନିଯୋଗ । କାରଣ କୋଭିଡକୁ ଦୃଷ୍ଟିରେ ରଖି ବିଏମସିର ନିଷ୍ପତ୍ତି ନେଇଛି ଯେ, ଭୋଗ ବେଢାକୁ ଯାଇପାରିବନି କି ଦୀପ ବେଢାଭିତରେ ଜାଳିପାରିବେନି ।

ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇ ଦ୍ଵନ୍ଦ, ଅସହଯୋଗ ଧମକ ଦେଲା ବ୍ରାହ୍ମଣ ନିଯୋଗ

ତେବେ ଏନେଇ ବ୍ରାହ୍ମଣ ନିଯୋଗର ଅଭିଯୋଗ ବିନା ଭୋଗ ଓ ଦୀପରେ ଭକ୍ତ କାହିଁକି ମନ୍ଦିର ଆସିବ । ସାହାଣମେଲା ଦର୍ଶନ ଅନୁମତି ନାହିଁ ତେବେ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଡକାଠରେ ଦର୍ଶନ ସହ ମନ୍ଦିର ବେଢାରେ ଦୀପ ଜାଳିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ତେବେ ଏନେଇ ମହାଶିବରାତ୍ରୀ ପାଇଁ ପୋଲିସ ପ୍ରଶାସନର ବସିଥିବା ସମନ୍ବୟ ବୈଠକରେରେ ଏନେଇ ନିଶ୍କର୍ଷ ବାହାରି ନାହିଁ, ଯାହାକୁ ନେଇ ଏବେ ଦ୍ଵନ୍ଦ ଉପୁଜିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ମୂତୟନ ହେବେ ବ୍ୟାପକ ପୋଲିସ ଫୋର୍ସ । ଟ୍ରାଫିକ ଆଡ଼ଭାଇଜାରି ଇସ୍ୟୁ କରିଛି କମିଶନରେଟ ପୋଲିସ । ଭକ୍ତଙ୍କ ଧାଡିରେ ଆସି ଦର୍ଶନ ପାଇ ବ୍ୟବସ୍ଥା ସହ ସାହାଣମେଲା ଦର୍ଶନ ବନ୍ଦ ନିଷ୍ପତ୍ତି ନେଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.