ETV Bharat / city

ପିସିସି ସଭାପତି ପଦ ପାଇଁ ସାଙ୍ଘାତିକ ଷଡଯନ୍ତ୍ର ! - odisha congress

ପିସିସି ସଭାପତି ପଦ ପାଇଁ ସାଙ୍ଘାତିକ ଷଡଯନ୍ତ୍ର । ପଦ ହାତେଇବା କଥା ହେଉ କି ରାଜ୍ୟ କଂଗ୍ରେସ ରିମୋର୍ଟକୁ ହାତରେ ରଖି ଗୋଟି ଚାଳନା କରିବା କଥା ହେଉ ସବୁକିଛି ଯୋଜନା ମୁତାବକ ଚାଲିଥିବା ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ହେଉଛି ।

ଫାଇଲ ଫଟୋ
author img

By

Published : Nov 1, 2019, 7:26 PM IST

ଭୁବନେଶ୍ବର: ପିସିସି ସଭାପତି ପଦ ପାଇଁ ସାଙ୍ଘାତିକ ଷଡଯନ୍ତ୍ର । ପଦ ହାତେଇବା କଥା ହେଉ କି ରାଜ୍ୟ କଂଗ୍ରେସର ରିମୋର୍ଟକୁ ହାତରେ ରଖି ଗୋଟି ଚଳନା କରିବା କଥା ହେଉ ସବୁକିଛି ଯୋଜନା ମୁତାବକ ଚାଲିଥିବା ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ହେଉଛି ।

ଉପରେ କଳି, ଭିତରେ କୋଳାକୋଳି ; ପିସିସି ସଭାପତି ପଦ ପାଇଁ ସାଙ୍ଘାତିକ ଷଡଯନ୍ତ୍ର !

ପ୍ରଥମେ ନେତୃତ୍ବ ପରିବର୍ତ୍ତନ ନେଇ ଚିନ୍ତନ ବୈଠକ ଓ ପରେ ବୈଠକରେ ଉପସ୍ଥିତ ଥିବା ଲୋକଙ୍କ ପିସିସି ସଭାପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ନିର୍ବାଚନ ପରେ ଇସ୍ତଫା ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିପ୍ରତି ଆଉ ଆଗ୍ରହ ଦେଖାଉନଥିବାରୁ ଓଡିଶା ପିସିସି ବଦଳିବା ଏକ ପ୍ରକାର ନିଶ୍ଚିତ । ତେଣୁ ଏହି ପଦବୀ ଯେପରି ନିଜ ଗୋଷ୍ଠୀ ମଧ୍ୟରେ ରହିବ ସେଥିପାଇଁ ଏଭଳି ହେଉଥିବା କୁହାଯାଉଛି । ଯାହାକି କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ଅଧିକ ତାଜା କରିଛି । ତେବେ ଚିନ୍ତନ ବୈଠକରେ ସବୁ ସଦସ୍ୟ ମହମ୍ମଦ ମୋକିମଙ୍କୁ ସଭାପତି କରିବା ଜିଦ ଧରିବା ଓ ଏନେଇ ପ୍ରସ୍ତାବ ଆଣିବା ହିଁ ମିଶନର ଆରମ୍ଭ ବୋଲି ଚର୍ଚ୍ଚା ହେଉଛି ।

ଯେଉଁ ଚର୍ଚ୍ଚାକୁ ଅଧିକ ଚର୍ଚ୍ଚିତ କରିଛି ଆଜିର ବୈଠକ । ଚିନ୍ତନ ବୈଠକରେ ଉପସ୍ଥିତ ଥିବା ନେତା ପିସିସି ସଭାପତିଙ୍କୁ ଭେଟିବା ଓ ପରେ ଦେଇଥିବା ମନ୍ତବ୍ୟ ଏହି ଚର୍ଚ୍ଚାକୁ ଅଧିକ ଦୃଢ କରୁଛି । ପିସିସି ସଭାପତି ମହମ୍ମଦ ମୋକିମଙ୍କୁ ବେଷ୍ଟ କ୍ୟାଣ୍ଡିଡେଟ ବୋଲି କହିଥିବା ନେତା ମାନେ କହୁଥିବାବେଳେ ଏନେଇ କୌଣସି ଆଲୋଚନା ହୋଇନାହିଁ ଓ ଏହା ଆମ ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ନିରଞ୍ଜନ ।

ତେବେ ଏସବୁ ଘଟଣାରେ ମୋକିମ୍‌ ମୁହଁ ନ ଖୋଲିବା ଓ ନିରଞ୍ଜନ ମଧ୍ୟ ବିଦ୍ରୋହୀଙ୍କୁ ସମର୍ଥନ ଦେବା ଓ ବିଦ୍ରୋହୀ ମଧ୍ୟ ତାଙ୍କ ନିଷ୍ପତ୍ତିରେ ଅଟଳ ରହିବା ଘଟଣା ହିଁ ସବୁ କିଛି ବୟାନ କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପିସିସି ସଭାପତି ପଦ ପାଇଁ ହୋଇଛି ସାଙ୍ଘାତିକ ଷଡଯନ୍ତ୍ର। ପଦ ହାତେଇବା କଥା ହେଉ କି ରାଜ୍ୟ କଂଗ୍ରେସ ର ରିମୋଟକୁ ହାତରେ ରଖି ଗୋଟିଚଳନା କରିବାର କଥା ହେଉ ସବୁକିଛି ଚାଲିଛି ଯୋଜନା ମୁତାବକ। ନିକଟରେ ନେତୃତ୍ୱ ପରିବର୍ତ୍ତନ ନେଇ ଯେଉଁ ଚିନ୍ତନ ବୈଠକ ବସିଥିଲା ତାପଛରେ ରହିଛି ରହସ୍ୟ। ଓଡିଶା ପିସିସି ବଦଳିବା ଏକ ପ୍ରକାର ନିଶ୍ଚିତ। ଏପରିକି ଖୋଦ ନିରଞ୍ଜନ ପଟ୍ଟନାୟକ ମଫଷ ଏଥିପ୍ରତି ଆଉ ଆନ୍ତରିକତା ଦେଖାଇ ନାହାଁନ୍ତି। ସେ ମଧ୍ୟ ଇସ୍ତଫା ଦେଇଥିଲେ। ତେବେ ଏହି ପଦ ଯେପରି ନିଜ ଗୋଷ୍ଠୀ ମଧ୍ୟରେ ରହିବ ସେଥିପାଇଁ ଏଭଳି ଚେଷ୍ଟା କରାଯାଇଛି। ନିଜ ଗୋଷ୍ଠୀର ଜଣଙ୍କୁ ପିସିସି ସଭାପତି ପଦରେ ବସାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯାହାକି କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ଅଧିକ ତାଜା କରିଛି। ଚିନ୍ତନ ବୈଠକରେ ସବୁ ସଦସ୍ୟ ମହମ୍ମଦ ମୁକକିମ ଙ୍କୁ ସଭାପତି କରିବା ଜିଦ ଧରିବା ଓ ଏନେଇନେକ ପ୍ରସ୍ତାବ ଆଣିବା ହିଁ ମିଶନର ଆରମ୍ଭ ବୋଲି ଧରାଯିବ। ରହ ପଛରେ ଖୋଦ ମୁକିମଙ୍କ ହାତ ଥିବା ପରୋକ୍ଷରେ ଜଣାପଡ଼ିଥିଲେ ହେଁ ଏନେଇ ମୁହଁ ଖୋଲି ନାହାଁନ୍ତି ମୁକିମ। ଯାହାକି ସନ୍ଦେହକୁ ଅଧିକ ଦୃଢ କରିଛି। ଆଜି ସେହି ଗୋଷ୍ଠୀ ପିସିସି ସଭାପତି ଙ୍କୁ ଭେଟିବା ଓ ପରେ ନିରଂଜନ ଯେଉଁ ମନ୍ତବ୍ୟ ଦେଲେ ତାହା ସ୍ପଷ୍ଟ କରିଛି କି ସଭାପତି ପଦ ପାଇଁ ଚାଲିଛି ପାଲା। ପୂରା ଘଟଣାର ପ୍ରଚ୍ଛଦ ପଟ୍ଟାରେ ରହି ଗୋଟି ଖେଳାଉଛନ୍ତି ମୁକିମ। ଆଉ ନିରଞ୍ଜନ ଙ୍କ ଇଙ୍ଗିତରେ ଏସବୁ ଚାଲିଛି। ମୁକିମ ମୁହଁ ନଖୋଲିବା, ନିରଂଜନ ମଧ୍ୱ ବିଦ୍ରୋହୀଙ୍କୁ ସମର୍ଥନ ଦେବା ଓ ବିଦ୍ରୋହୀ ମଧ୍ୟ ତାଙ୍କ ନିଷ୍ପତ୍ତି ରେ ଅଟଳ ରହିବା ଘଟଣା ହିଁ ସବୁ କିଛି ବୟାନ କରୁଛି।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ସନତ ଦାସ, କଂଗ୍ରେସ ନେତା
ବାଇଟ କଂଗ୍ରେସ ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.