ETV Bharat / city

କଂଗ୍ରେସରେ କନ୍ଦଳ, ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ କୁହୁଳୁଛି ନିଆଁ - bijepur bypolls

ପୁଣି ଦେଖାଦେଲା କଂଗ୍ରେସରେ କନ୍ଦଳ । ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରିପୁନାଥ ସେଠ । ନିଜ ପୁଅଙ୍କ ଟିକେଟ କଟିବା ପରେ ଅସନ୍ତୋଷ ଜାହିର କରିଛନ୍ତି ରିପୁନାଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 26, 2019, 9:13 PM IST

ଭୁବନେଶ୍ବର: ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରାର୍ଥୀ ତାଲିକାରେ ରିପୁନାଥ ସେଠଙ୍କ ପୁଅ ଅଭିଷେକ ସେଠଙ୍କ ନାଁ ଆଗରେ ଥିବାବେଳେ ତାଙ୍କ ନାଁ କେମିତି କଟିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଇଜିନିୟରିଂ ପଢ଼ୁଥିବା କାରଣରୁ ତାଙ୍କ ଟିକେଟ କଟାଯାଇଛି ବୋଲି କାରଣ ଦର୍ଶାଯାଇଛି । ଏହି କାରଣ ପାଇଁ କାଟିବା ଯର୍ଥାତ ନୁହେଁ ବୋଲି କହିଛନ୍ତି ରିପୁନାଥ ସେଠ।

ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସରେ କନ୍ଦଳ

ପିସିସି ଚାହିଁଥିଲେ ଟିକେଟ ଦେଇପାରିଥାନ୍ତା, ଏହାର ଜବାବ ଉଚିତ ସମୟରେ ଦିଆଯିବ ବୋଲି କହିଛନ୍ତି ରିପୁନାଥ ସେଠ । ତେବେ ଦଳ ଯେହେତୁ ଦିଲ୍ଲୀପ ପଣ୍ତାଙ୍କୁ ପ୍ରାର୍ଥୀ କରିଛି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି ସେ । ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କମିଟି ଯାହା ସୁପାରିଶ କରିଛି ତାହା ଏଆଇସିସିର ନିଷ୍ପତି କ୍ରମେ ହୋଇଛି। କଂଗ୍ରେସ ଦଳର ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ସେ କାହାରି ନାମକୁ ବ୍ୟକ୍ତଗତ ଭାବେ ସୁପାରିଶ କରି ନାହାନ୍ତି । କଂଗ୍ରେସର ଏହି ବିପର୍ଯ୍ୟୟ ବେଳେ ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି ନିରଞ୍ଜନ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରାର୍ଥୀ ତାଲିକାରେ ରିପୁନାଥ ସେଠଙ୍କ ପୁଅର ଅଭିଷେକ ସେଠ ନାଁ ଆଗରେ ଥିବାବେଳେ ତାଙ୍କ କେମିତି କଟିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଇଜିନିୟରିଂ ପଢ଼ୁଥିବା କାରଣରୁ ତାଙ୍କ ଟିକେଟ କଟାଯାଇଛି ବୋଲି କାରଣ ଦର୍ଶାଯାଇଛି। ଏହି କାରଣ ପାଇଁ କାଟିବା ଯର୍ଥାତ ନୁହେଁ ବୋଲି କହିଛନ୍ତି ରିପୁନାଥ ସେଠ। ପିସିସି ଚାହିଥିଲେ ଟିକେଟ ଦେଇପାରିନଥାନ୍ତା। ଏହା ଜବାବ ଉଚିତ ସମୟରେ ଦିଆଯିବବୋଲି କହିଛନ୍ତି ରିପୁନାଥ ସେଠ କିନ୍ତୁ ଦଳ ଯେହେତୁ ଦିଲ୍ଲୀପ ପଣ୍ତାଙ୍କୁ ପ୍ରାର୍ଥା କରିଛି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି । ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କମିଟି ଯାହା ସୁପାରିଶ କରିଛି ଏଆଇସିସି ନିଷ୍ପତି ନେଇଛି। କଂଗ୍ରେସ ଭିତରର ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ସେ କାହାରି ନାମକୁ ବ୍ୟକ୍ତଗତ ଭାବେ ସୁପାରିଶ କରି ନାହାନ୍ତି । କଂଗ୍ରେସ ଏବିପର୍ଯ୍ୟୟ ବେଳେ ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି।
Body:ବାଇଟ- ରିପୁନାଥ ସେଠ, କଂଗ୍ରେସ ନେତା
ବାଇଟ- ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.