ETV Bharat / city

Odisha Assembly Winter Session: ବାୟୁସେନା ଦୁର୍ଘଟଣା ନେଇ ଗୃହରେ ଶୋକ, 4ଟା ଯାଏଁ ମୁଲତବୀ

author img

By

Published : Dec 9, 2021, 10:58 AM IST

Updated : Dec 9, 2021, 11:40 AM IST

ବାୟୁସେନା ବିମାନ MI-17V-5 ଦୁର୍ଘଟଣାଗ୍ରସ୍ତକୁ ନେଇ ବିଧାନସଭା(Odisha Assembly Winter Session)ରେ ଶୋକ ପ୍ରସ୍ତାବ ଆଗତ । ଅଧିକ ପଢନ୍ତୁ

Odisha Assembly Winter Session: ବାୟୁସେନା ଦୁର୍ଘଟଣା ନେଇ ଗୃହରେ ଶୋକ, 4ଟା ଯାଏଁ ମୁଲତବୀ
Odisha Assembly Winter Session: ବାୟୁସେନା ଦୁର୍ଘଟଣା ନେଇ ଗୃହରେ ଶୋକ, 4ଟା ଯାଏଁ ମୁଲତବୀ

ଭୁବନେଶ୍ବର: ବାୟୁସେନା ବିମାନ MI-17V-5 ଦୁର୍ଘଟଣାକୁ ନେଇ ବିଧାନସଭା(Odisha Assembly Winter Session)ରେ ଶୋକ ପ୍ରସ୍ତାବ ଆଗତ । ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ ସେନା ମୁଖ୍ୟ ଜେନେରାଲ ବିପିନ ଲକ୍ଷ୍ମଣ ସିଂ ରାୱତଙ୍କୁ ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଏବଂ ମିଶ୍ର ଗୃହରେ ଶୋକବ୍ୟକ୍ତ କରିବା ସହ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କମ୍ୟୁନିଷ୍ଟ ପାର୍ଟିର ଲକ୍ଷ୍ମଣ ମୁଣ୍ଡା ଗୃହରେ ଶୋକ ପ୍ରକାଶ କରିଛନ୍ତି । ଏହା ଦେଶର ଏକ ବଡ କ୍ଷତି ବୋଲି କହିଛନ୍ତି ନରସିଂହ ମିଶ୍ର ।

ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଶୋକ ପ୍ରସ୍ତାବ ରଖିଥିଲେ । ବାଚସ୍ପତିଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ଗୃହରେ 1 ମିନିଟ ନିରବ ପ୍ରାର୍ଥନା କରାଯାଇଛି । ଅମର ଆତ୍ମାର ସଦଗତି କାମନା କରି ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସୂଚନା ଅନୁଯାୟୀ ଗତକାଲି(ବୁଧବାର) ତାମିଲନାଡୁର ଚୋପରରେ ବାୟୁସେନା ବିମାନ MI-17V-5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସେନା ମୁଖ୍ୟ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 9, 2021, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.