ଭୁବନେଶ୍ବର: ଓଡିଆ ଭାଷା ସାହିତ୍ୟ ସଂସ୍କୃତି (Odia language, literature and culture) ନେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ(Minister Jyoti Prakash Panigrahi ) ବିଧାନସଭାରେ ଉତ୍ତର ରଖିଛନ୍ତି। ଆଜି ବିଧାନସଭାରେ ବିଜେପି ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ (BJP chief whip MLA Mohan Charan Majhi in the assembly) ପ୍ରଶ୍ନ କରିଥିଲେ କି, କୋଟିଆ ସମେତ ୪ ଟି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ(Andhra Pradesh, West Bengal, Jharkhand and Chhattisgarh) ରାଜ୍ୟମାନଙ୍କ ସହିତ ଓଡିଶାର ୧୪ ଟି ସୀମାବର୍ତ୍ତୀ ଜିଲ୍ଲା(Border district)ର ଯେଉଁ ବିବାଦ ଉପୁଜିଛି ତାର ସ୍ଥିତି କଣ?
ସେହି ସବୁ ଅଞ୍ଚଳରେ ଓଡିଆ ଭାଷା, ସଂସ୍କୃତି ବିପନ୍ନ ହୋଇପଡିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି କି ? ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ଓଡିଆ ଭାଷା, ସଂସ୍କୃତି ପରିବର୍ତ୍ତେ ତେଲେଗୁ ଭାଷା ସଂସ୍କୃତ , ବାଲେଶ୍ବର, ମୟୂରଭଞ୍ଜ ସୀମାଞ୍ଚଳରେ ବଙ୍ଗଳା ଭାଷା ଓ ସଂସ୍କୃତିର ପ୍ରଚଳନ ବୃଦ୍ଧି ପାଉଥିବା ବେଳେ ଝାଡଖଣ୍ଡର ବିଚ୍ଛିନ୍ନାଞ୍ଚଳରେ ଓଡିଆ ଲୋକ ଓ ଭାଷାର ସ୍ଥିତି କଣ ? ବୋଲି ପଚାରିଥିଲେ ।
ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (Minister Jyoti Prakash Panigrahi ) କହିଛନ୍ତି ଆମର ପଡୋଶୀ ରାଜ୍ୟରେ ଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷା , ସଂସ୍କୃତିର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି ।
ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ରେଜେଷ୍ଟ୍ରିଭୁକ୍ତ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇ , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଅନୁଦାନ ରାଶି ପ୍ରଦାନ କରାଯାଉଅଛି । ଏତଦ ବ୍ୟତୀତ ଉକ୍ତ ଅଞ୍ଚଳରେ ଅବସ୍ଥିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଓଡିଆ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉଅଛି ।
କୋଟିଆ ସମେତ ଓଡିଶା ସୀମାବର୍ତ୍ତୀ ରାଜ୍ୟ(Border states) ମାନଙ୍କରେ ଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତି ପ୍ରତି ଆକର୍ଷଣ ବଢାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିରବଚ୍ଛିନ୍ନ ଉଦ୍ୟମ କରାଯାଉଅଛି । ଉପାନ୍ତ ଇଲାକାରେ ଉତ୍କଳ ସମ୍ମିଳନୀର ସହଯୋଗରେ ଓଡିଆ ଶିକ୍ଷାର ବନ୍ଦୋବସ୍ତ କରାଯାଇଅଛି । ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳ ସମ୍ମିଳନୀ ଦ୍ବାରା ନିୟୋଜିତ ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ଦେବାର ବ୍ୟବସ୍ଥା କରାଯାଇଛି । ମାଗଣା ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଉଅଛି । ସୀମାନ୍ତ ଅଞ୍ଚଳରେ ଓଡିଆ ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଧୀନ ଶିକ୍ଷକ ଶିକ୍ଷା ଅନୁଷ୍ଠାନମାନଙ୍କରେ ୨ ପ୍ରତିଶତ ଆସନ ସଂରକ୍ଷଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ