ETV Bharat / city

ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଓ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ - କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି । ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଓ ସୁରକ୍ଷା ନିମନ୍ତେ ବ୍ୟାପକ ପଦକ୍ଷେପ

author img

By

Published : Aug 18, 2022, 12:29 PM IST

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ସୁରକ୍ଷା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆବଶ୍ୟକ ସ୍ଥଳେ ବିକଳ୍ପ ଫସଲ ଚାଷ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଏ ଦିଗରେ ପୂର୍ବ ପ୍ରସ୍ତୁତି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚଳିତ ଖରିଫରେ ବିକଳ୍ପ ଚାଷର କଣ୍ଟିଜେନସି ପ୍ଲାନ୍‌ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିପର୍ଯ୍ୟୟ ପରିଚାଳନାର ମାର୍ଗଦର୍ଶିକାକୁ ଅନୁପାଳନ ସମେତ ବନ୍ୟା ପରିସ୍ଥିତିରେ ଚାଷୀମାନେ କଣ କରିବେ ଓ କଣ କରିବେ ନାହିଁ । ସେ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚାଷୀମାନଙ୍କୁ ଫସଲର ସୁରକ୍ଷା ନିମନ୍ତେ ଧାନଜମିରୁ ଜଳକୁ ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୃଷକମାନଙ୍କ ନିମନ୍ତେ ଫସଲ ପରିଚାଳନା ପରାମର୍ଶ ଜାରି କରାଯାଇଛି । ଏ ଗୁଡ଼ିକୁ ଚାଷୀମାନଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କ୍ଷେତ୍ର କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି । ଧାନ ସହିତ ମକା, ଡାଲି ଜାତୀୟ ଫସଲ, ଚିନାବାଦାମ ଓ କପା ଫସଲର ସୁରକ୍ଷା ଦିଗରେ ଚାଷୀମାନଙ୍କୁ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଉଛି ।

ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ଆମ କୃଷି’ ହେଲ୍ପଲାଇନ ଟୋଲ ଫ୍ରୀ ନମ୍ବର- ୧୫୫୩୩୩ରେ ଫୋନ କରି ଚାଷୀମାନଙ୍କୁ କୃଷି ବିଶେଷଜ୍ଞମାନଙ୍କ ଠାରୁ ଏ ଦିଗରେ ଆବଶ୍ୟକ ପରାମର୍ଶ ନେବା ପାଇଁ କୁହାଯାଇଛି । ବନ୍ୟା ପରିସ୍ଥିତିରେ ଧାନ ଫସଲରେ ରୋଗ ପୋକ ଲାଗିବାର ସମ୍ଭାବନା ଥିବାରୁ ରୋଗପୋକ ନିୟନ୍ତ୍ରଣ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ନିୟମିତ ଭାବରେ ବନ୍ୟାର ପରିସ୍ଥିତି ଓ ଫସଲର ସ୍ଥିତି ସମ୍ପର୍କରେ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ଅଧିକାରୀମାନେ ଫସଲର ସ୍ଥିତି ସମ୍ପର୍କରେ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭବନରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନମ୍ବର ୦୬୭୪-୨୩୯୩୨୪୨) କାର୍ଯ୍ୟକ୍ଷମ କରାଯାଇଛି ଏବଂ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ନୋଡାଲ ଅଧିକାରୀଙ୍କୁ ନିୟମିତ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ଏବଂ କ୍ଷେତ୍ର କୃଷି ଅଧିକାରୀଙ୍କ ସହିତ ସମନ୍ବୟ ରକ୍ଷା କରି ବନ୍ୟା ପରିସ୍ଥିତିରେ ଫସଲ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଯୁଗ୍ମ ସର୍ଭେକ୍ଷଣ ପରେ ଫସଲ କ୍ଷୟକ୍ଷତିର ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.