ETV Bharat / city

'ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ'

କୋରୋନା ମହାମାରୀ ଦିନକୁ ଦିନ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ରାଜ୍ୟରେ ଅହେତୁକ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା। ଅଧିକ ଖବର ପଢନ୍ତୁ...

author img

By

Published : Aug 3, 2020, 10:53 PM IST

'ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ'
'ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ'

ଭୁବନେଶ୍ବର: କୋରୋନା ମହାମାରୀ ଦିନକୁ ଦିନ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ରାଜ୍ୟରେ ଅହେତୁକ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା। ପଜିଟିଭ ସଂଖ୍ୟା ବଢିବା ସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ବଢୁଛି।ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି କି? ତାକୁ ନେଇ ଚିନ୍ତାପ୍ରକଟ କରାଯାଇଛି ।

କୋରୋନା କାୟାରେ ସାରା ବିଶ୍ବ। ଅନେକ ଦେଶରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ କିଛି ଦେଶରେ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଭାରତ ଭଳି ଜନବହୁଳ ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଯଦି ଓଡିଶା ତଥ୍ୟ ଦେଖିବା ତେବେ ଜୁନ ମାସ ଅପେକ୍ଷା ଜୁଲାଇ ମାସରେ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରାୟତଃ ଦିନ ଏକ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସମୟରେ ସ୍ଥାନୀୟ ସଂକ୍ରମଣ ମଧ୍ୟ ବୃଦ୍ଧି ଘଟୁଛି।

'ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ'

ଏକ ହଜାର ପଜିଟିଭ କେସରେ ସ୍ଥାନୀୟ ସଂକ୍ରମଣ 400 ରୁ 500 ମଧ୍ୟରେ ଚିହ୍ନଟ ହେଉଛନ୍ତି। ବିଶେଷ ଭାବରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଭଳି ରାଜ୍ୟରେ ରହିଥିବା ସହରରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି କି ? ଏହାକୁ ନେଇ ବିଶେଷଜ୍ଞ ମାନେ ଗୋଷ୍ଠୀ ସଂକ୍ରମଣକୁ ନେଇ କଣ କୁହନ୍ତି ?

ଆଇଏମଏ ରାଜ୍ୟର ମୁଖ୍ୟ ସନ୍ତୋଷ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ମୁଁହା ହେଉଛି। ରାଜ୍ୟରେ ବର୍ତ୍ତମାନ ସମୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି। ଯାହା ଅନେକ ସମୟରେ କଣ୍ଟାକ୍ଟ ଟ୍ରେସିଂ କରିବାରେ ସଫଳ ହୋଇନଥାଏ। ତେବେ ଏତେ ମାତ୍ରାରେ ସ୍ଥାନୀୟ ସଂକ୍ରମଣ କିଭଳି ଆକ୍ରାନ୍ତ ହେଉଛନ୍ତି । ଗଞ୍ଜାମ ହେଉ ଅବା ଭୁବନେଶ୍ବର ଓ କଟକ ବସ୍ତି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବଢି ବଢି ଚାଲିଛି। ଯାହା ଫଳରେ ରାଜ୍ୟରେ ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣକୁ ଗତି କଲାଣି ।

ଏଥିପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷପ ନେଉଛନ୍ତି। ମାର୍କେଟ ଆଦି ଅଞ୍ଚଳରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସନ୍ତୋଷ ମିଶ୍ର। ଅନ୍ୟପଟେ ଭୁବନେଶ୍ବରରେ ଏକ ପ୍ରତିଷ୍ଠିତ ହସ୍ପିଟାଲର ଡାକ୍ତର ଖଗେଶ୍ବର ରାଉତ କହିଛନ୍ତି ଯେ, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି । ସରକାର ଲୋକଙ୍କୁ ଭୟ ନକରିବା ପାଇଁ ସ୍ଥାନୀୟ ସଂକ୍ରମଣ ହୋଇନାହିଁ ବୋଲି କହୁଛନ୍ତି । ବାହାରୁ ଆସୁଥିବା ସାଧାରଣ ଲୋକ ନିୟମ ନମାନି ଏଣେ ତେଣେ ବୁଲିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯାହା ଫଳରେ ସ୍ଥାନୀୟ ସଂକ୍ରମଣ ଆରମ୍ଭ ହୋଇଛି ଯାହା ଫଳରେ ଏହା ଦ୍ବାରା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ବୋଲି ଯୁକ୍ତି ବାଢିଛନ୍ତି । ଯଦି ଆମେ ଦେଖିବା ରାଜ୍ୟରେ ହୁ ହୁ ଭାବରେ ବୃଦ୍ଧି ପାଉଛି ସଂକ୍ରମଣ ।

ଯଦି ଗତ 10 ଦିନ ର ସରକାରୀ ତଥ୍ୟ ଦେଖିବା ତେବେ ପ୍ରାୟତଃ ଦିନ ଏକ ହଜାରରୁ ଅଧିକ ଦୈନିକ ପଜିଟିଭ ବାହାରୁଥିବା ବେଳେ ଦୈନିକ ସ୍ଥାନୀୟ ସଂକ୍ରମଣ 400 ରୁ 500 ମଧ୍ୟରେ ଚିହ୍ନଟ ହେଉଛନ୍ତି ।

ତଥ୍ୟ ଅନୁଯାୟୀ...

  • 21 ଜୁଲାଇରେ ମୋଟ ପଜିଟିଭ 647 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ 216, କ୍ଵାରେଣ୍ଟାଇନରୁ ଥିଲେ 431
  • 22 ଜୁଲାଇ ରେ ମୋଟ ପଜିଟିଭ 1078 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ 257 କ୍ଵାରେଣ୍ଟାଇନରୁ 721
  • 23 ଜୁଲାଇ ରେ ମୋଟ ପଜିଟିଭ 1264 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ 417, କ୍ଵାରେଣ୍ଟାଇନରୁ 847
  • 24 ଜୁଲାଇରେ ମୋଟ ପଜିଟିଭ 1594 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ 527 ରହିଥିଲା ।
  • 25 ଜୁଲାଇ ରେ ମୋଟ ପଜିଟିଭ 1320 ଚିହ୍ନଟ ହୋଇଥିବା ବେଳେ ଲୋକାଲ 433, କ୍ଵାରେଣ୍ଟାଇନ ରୁ 887
  • 26 ଜୁଲାଇରେ ମୋଟ ପଜିଟିଭ 1376 ଚିହ୍ନଟ ହୋଇଥିବା ବେଳେ ଲୋକାଲ 459, କ୍ଵାରେଣ୍ଟାଇନ ରୁ 917
  • 27 ଜୁଲାଇ ରେ ମୋଟ ପଜିଟିଭ 1503 ଚିହ୍ନଟ ହୋଇଥିବା ବେଳେ ଲୋକାଲ 501, କ୍ଵାରେଣ୍ଟାଇନରୁ 1002
  • 28 ଜୁଲାଇ ରେ ମୋଟ ପଜିଟିଭ 1215 ଚିହ୍ନଟ ହୋଇଥିବା ବେଳେ ଲୋକାଲ 462, କ୍ବାରେଣ୍ଟାଇନରୁ 753
  • 29 ଜୁଲାଇ ରେ ମୋଟ ପଜିଟିଭ 1068ଚିହ୍ନଟ ହୋଇଥିବା ବେଳେ ଲୋକାଲ 406, କ୍ଵାରେଣ୍ଟାଇନ ରୁ 662
  • 30 ଜୁଲାଇ ରେ ମୋଟ ପଜିଟିଭ 1203 ଚିହ୍ନଟ ହୋଇଥିବା ବେଳେ ଲୋକାଲ 445, କ୍ଵାରେଣ୍ଟାଇନରୁ 758
  • 31 କୁଲାଇ ରେ ମୋଟ ପଜିଟିଭ 1499 ଚିହ୍ନଟ ହୋଇଥିବା ବେଳେ ଲୋକାଲ 585, କ୍ଵାରେଣ୍ଟାଇନରୁ 914
  • ସେହିଭଳି 1 ଅଗଷ୍ଟ ରେ ମୋଟ ପଜିଟିଭ 1602 ଚିହ୍ନଟ ହୋଇଥିବା ବେଳେ ଲୋକାଲ 609, କ୍ଵାରେଣ୍ଟାଇନରୁ 993
  • 2 ଅଗଷ୍ଟରେ ମୋଟ ପଜିଟିଭ 1434 ଚିହ୍ନଟ ହୋଇଥିବା ବେଳେ ଲୋକାଲ 545, କ୍ଵାରେଣ୍ଟାଇନ ରୁ 889
  • 3 ଅଗଷ୍ଟରେ ମୋଟ ପଜିଟିଭ 1384 ଚିହ୍ନଟ ହୋଇଥିବା ବେଳେ ଲୋକାଲ 511, କ୍ଵାରେଣ୍ଟାଇନରୁ 873 ଚିହ୍ନଟ ହୋଇଛନ୍ତି।

ଯଦି ଅନ୍ୟପଟେ ଦେଖିବା ତେବେ ରାଜ୍ୟରେ କୋଭିଡ ଟେଷ୍ଟକୁ ଅନେକ ସ୍ଥାନରେ ବୃଦ୍ଧି କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏବଂ ଯେଉଁ ମାନଙ୍କୁ କୋରୋନାର ଲକ୍ଷଣ ଦେଖାଯାଉଛି ସେମାନେ ଓ ଲକ୍ଷଣ ନଥିବା ଜନସାଧାରଣଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଗୋଷ୍ଠି ସଂକ୍ରମଣ ନହେବାକୁ ଅନେକ ମାତ୍ରାରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.