ETV Bharat / city

ବଢିବ କି ବିଧାୟକଙ୍କ ଦରମା ? ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

author img

By

Published : Aug 1, 2022, 7:52 PM IST

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଏନେଇ ଆଜି ବାଚସ୍ପତି ଗଠନ କରିଛନ୍ତି ଏକ କମିଟି । ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଏଥିରେ କଂଗ୍ରେସ ଓ ବିଜେପିର ବିଧାୟକମାନେ ସଦସ୍ୟ ଅଛନ୍ତି । ଅଧିକ ପଢନ୍ତୁ

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଏନେଇ ଆଜି ବାଚସ୍ପତି ଗଠନ କରିଛନ୍ତି ଏକ କମିଟି । ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଏଥିରେ କଂଗ୍ରେସ ଓ ବିଜେପିର ବିଧାୟକମାନେ ସଦସ୍ୟ ଅଛନ୍ତି । ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି ।

ବିଧାନସଭାରେ ଗତ ଶନିବାର ଉଠିଥିଲା ବିଧାୟକଙ୍କ ଦରମା ପୂର୍ବତନ ବିଧାୟକଙ୍କ ଭତ୍ତା ବୃଦ୍ଧି ପ୍ରସଙ୍ଗ । ବିଧାନସଭାରେ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଥିଲେ ବିଧାୟକ । ଏହା ସହ ପୂର୍ବତନ ବିଧାୟକ ମାନଙ୍କର ପେନସନ ରାଶି ବୃଦ୍ଧି କରିବାକୁ ଦାବି କରାଯାଇଥିଲା । ଦାବିକୁ ଶାସକ ଓ ବିରୋଧୀ ବିଧାୟକ ମାନେ ସମର୍ଥନ କରିଥିଲେ । ଶେଷ ଥର ପାଇଁ 2017 ସେପ୍ଟେମ୍ବର 13 ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ହୋଇଥିଲା ।

ଅନ୍ୟ ରାଜ୍ୟର ବିଧାୟକମାନେ 2 ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ବେଳେ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ 99 ହଜାର 800 ଟଙ୍କା ରହିଛି । ତେଣୁ ଏହାକୁ ବଢାଇବାକୁ ଦାବି ହୋଇଥିଲା । ପୂର୍ବତନ ବିଧାୟକମାନେ 30 ହଜାର ଟଙ୍କା ପେନସନ ପାଉଛନ୍ତି । ସାଧାରଣ ଲୋକଙ୍କ ପରି ବିଧାୟକ, ପୂର୍ବତନ ବିଧାୟକ, ସ୍ବର୍ଗତ ପୂର୍ବତନ ବିଧାୟକଙ୍କ ପତ୍ନୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ସମ୍ପୂର୍ଣ୍ଣ ସୁବିଧାରେ ସାମିଲ କରିବା ଲାଗି ଦାବି ହୋଇଥିଲା । ଯାହାକୁ ଆଜି ବାଚସ୍ପତି ଗ୍ରହଣ କରି କମିଟି ଗଠନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.