ଭୁବନେଶ୍ବର: ସୁସ୍ଥ ଓ ସତେଜ ପାଇଁ କମିଶନରେଟ ମୁଖ୍ୟାଳୟରେ ଆରମ୍ଭ ହୋଇଛି ଯୋଗାଭ୍ୟାସ । ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ଯୋଗଭ୍ୟାସ କରିଛନ୍ତି ଟ୍ରାଫିକ ପୋଲିସ କର୍ମଚାରୀ । ଏଥିସହ ନିତିଦିନ ସୁସ୍ଥ ରହିବାକୁ ବିଭିନ୍ନ ପ୍ରକାର ଆସନ ସହ ସ୍ବତନ୍ତ୍ର ଟିପ୍ସ ଦେଇଛନ୍ତି ଯୋଗ ପ୍ରଶିକ୍ଷକ ।
ଯେହେତୁ ଜନସାଧାରଣଙ୍କ ସେବାରେ ବିଶେଷ କରି ଟ୍ରାଫିକ ପୋଷ୍ଟରେ ଦାୟିତ୍ବକୁ ସୂଚାରୁରୁପେ ତୁଲାଇବାରେ ଏଭଳି ଅଭ୍ୟାସ ମନକୁ ଶାନ୍ତି ଓ ଦେହକୁ ଫୂର୍ତ୍ତି ଦେବ ଯାହା ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହେବ ବୋଲି କହିଛନ୍ତି ଡିସିପି ସାଗରିକା ନାଥ । କାରଣ ଅନେକ ସମୟରେ ୮ ଘଣ୍ଟା ଧରି ଟ୍ରାଫିକ ପ୍ରଦୂଷଣ ବାୟୁରେ ଡ୍ୟୁଟି କରିଥାନ୍ତି ଟ୍ରାଫିକ କର୍ମଚାରୀ ତେବେ ଯୋଗ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ