ETV Bharat / city

କମିସନରେଟ ପୋଲିସକୁ କୋରୋନା ଚିନ୍ତା, ମୁମ୍ବାଇ ପୋଲିସ ସହ ହେଲା ଆଲୋଚନା - Mumbai police

କୋରୋନା ଯୁଦ୍ଧର ପ୍ରମୁଖ ଯୋଦ୍ଧା ସାଜିଛନ୍ତି ପୋଲିସ। ଫଳରେ ପୋଲିସ କର୍ମଚାରୀଙ୍କୁ ରହୁଛି ସଂକ୍ରମିତର ଭୟ। ସେପଟେ ମୁମ୍ବାଇ ପୋଲିସର 3 ଜଣ ପୋଲିସ କର୍ମୀ କୋରୋନାରେ ଆକ୍ରାନ୍ତ ପରେ ଏବେ କମିସନରେଟ ପୋଲିସର ଚିନ୍ତା ବଢିଛି । ଏହାର ପ୍ରତିକାର ପାଇଁ ମୁମ୍ବାଇ ପୋଲିସ ସହ ଆଲୋଚନା କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

Commissionerate police
କମିସନରେଟ ପୋଲିସକୁ କୋରୋନା ଚିନ୍ତା, ମୁମ୍ବାଇ ପୋଲିସ ସହ ହେଲା ଆଲୋଚନା
author img

By

Published : May 11, 2020, 8:40 PM IST

ଭୁବନେଶ୍ବର: ଚିନ୍ତା ବଢାଉଛି କୋରୋନା। କୋରୋନା ଯୁଦ୍ଧର ପ୍ରମୁଖ ଯୋଦ୍ଧା ସାଜିଛନ୍ତି ପୋଲିସ। କୋରୋନା ମୁକାବିଲା ନେଇ ରାସ୍ତା ଉପରଠୁ ଆରମ୍ଭ କରି କୋଭିଡ ହସ୍ପିଟାଲ ଓ ସଂକ୍ରମିତ ବ୍ୟକ୍ତି ରହୁଥିବା କ୍ବାରେଣ୍ଟାଇନ ସେଣ୍ଟର ଆଦି ବିଭିନ୍ନ ସ୍ଥାନରେ ନିୟୋଜିତ ରହୁଛନ୍ତି ପୋଲିସ କର୍ମଚାରୀ । ଫଳରେ ପୋଲିସ କର୍ମଚାରୀଙ୍କୁ ରହୁଛି ସଂକ୍ରମିତର ଭୟ। ଆଉ ମୁମ୍ବାଇ ପୋଲିସର 3 ଜଣ ପୋଲିସ କର୍ମୀ କୋରୋନାରେ ଆକ୍ରାନ୍ତ ପରେ ଏବେ କମିସନରେଟ ପୋଲିସର ଚିନ୍ତା ବଢିଛି ।

କାରଣ ରାଜ୍ୟର କୋରୋନା ସ୍ଥିତି ରହିଛି ଉଦବେଗଜନକ। ରାଜଧାନୀ ହେଉଛି ମୁଖ୍ୟସ୍ଥଳ। ଅନେକ ପ୍ରବାସୀ ଫେରୁଥିବାବେଳେ ପୋଲିସ କର୍ମଚାରୀ କରୁଛନ୍ତି ସାମ୍ନା। ସ୍ଥିତି ଆହୁରି ଉଦବେଗଜନକ ହେବାର ସମ୍ଭାବନା ରହିଛି। ତେବେ ସେଦୃଷ୍ଟିରୁ କିପରି ପୋଲିସ କର୍ମଚାରୀ ସୁରକ୍ଷିତ ରହି କୋରୋନା ମୁକାବିଲା କରିବେ। ସେନେଇ ଭିଡିଓ କନଫେରନସ ଜରିଆରେ ମୁମ୍ବାଇ ପୋଲିସର ଜଏଣ୍ଟ କମିସନର ନୱାଲ ବାଜାଜଙ୍କ ସହ ଆଲୋଚନା କରିଛନ୍ତି କମିସନରେଟ ପୋଲିସର ବରିଷ୍ଠ ପଦାଧିକାରୀ।

ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ପ୍ରମୁଖ ଅଧିକାରୀ କିପରି ମୁମ୍ବାଇ ପୋଲିସ କୋରୋନା ମୁକାବିଲା ନେଇ ସତର୍କତା ପଦକ୍ଷେପ ନେଉଛନ୍ତି ସେନେଇ ଆଲୋଚନା କରିଛନ୍ତି ।

ପିପିଇ ବା ପର୍ସନାଲ ପ୍ରୋଟେକ୍ସନ ଇକୁପମେଣ୍ଟ କିପରି ବ୍ୟବହାର ହେଉଛି, ସ୍ପେଶାଲ ଭେଇକିଲ କିପରି ବ୍ୟବହାର କରାଯାଉଛି। କେଉଁ ସ୍ଥାନରେ ସ୍କ୍ରିନିଂ ଓ ଅଧିକାରୀମାନେ କିପରି ମାସ୍କ ଗ୍ଲୋବସ ଓ ଅନ୍ୟାନ୍ୟ ସାନିଟାଇଜର କିପରି ବ୍ୟବହାର କରୁଛନ୍ତି ସେନେଇ ମୁମ୍ବାଇ ପୋଲିସର ପରାମର୍ଶ ନେଇଛନ୍ତି।

ଯେହେତୁ ମହାରାଷ୍ଟ୍ର ଏହାର ସ୍ଥିତି ସଙ୍ଗିନ ରହିଛି, ବିଶେଷ କରି ମୁମ୍ବାଇ ପୋଲିସ 1କୋଟି 10 ଲକ୍ଷ ଲୋକଙ୍କୁ ସୁରକ୍ଷା ଯୋଗାଉଛନ୍ତି ସେମାନଙ୍କର କିପରି ଅଭିଜ୍ଞତା ରହିଛି ସେନେଇ ପରାମର୍ଶ ନେଇଛନ୍ତି। କମିସନରେଟ ମୁଖ୍ୟାଳୟରେ ଭିଡିଓ କନଫେରନସିଂ ଜରିଆରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସେପଟେ ସମସ୍ତ ଏସପି ଓ ଥାନାଧିକାରୀଙ୍କୁ ଥାନା ବାହାରେ 50ରୁ ଉର୍ଦ୍ଧ୍ବ ବୟସର କର୍ମଚାରୀଙ୍କୁ ଡ୍ୟୁଟି ନଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.