ଭୁବନେଶ୍ବର: ହୁସିଆର ଟ୍ବିନସିଟିବାସୀ । ହଟିନି ଲକଡାଉନ କଟକଣା । ରଜ ପାଇଁ ଅମାନିଆ ହେଲେ କାଟିବେ ଫାଇନ, ଦୋକାନ ହୋଇପାରେ ସିଲ । ଆଗାମୀ ରଜକୁ ଦୃଷ୍ଟିର ରଖି ଆଗୁଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।
ସାବିତ୍ରୀରେ ଭିଡକୁ ଦୃଷ୍ଟିରେ ରଖି ଅମାନିଆ ଦୋକାନୀ ଓ ଜନସାଧାରଣ ଲୁଚାଛପାରେ କଲେ କିଣାବିକା ଯାହାକୁ ଦୃଷ୍ଟିରେ ରଖି କଡା ଷ୍ଟ୍ରାଟେଜି ନେଇଛି କମିଶନରେଟ ପୋଲିସ । ଏଥିପାଇଁ ଚେକିଂ ଜୋରଦାର କରାଯିବ । ଆଜିଠୁ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଯଦି ପୋଲିସ ଅନୁଭବ କରେ ଦୋକାନୀ ବା ଗ୍ରାହାକ ନିୟମର ଜାଣିଶୁଣି ଉଲଙ୍ଘନ କରୁଛନ୍ତି ଆବଶ୍ୟକ ପଡିଲେ ଗିରଫ ହୋଇପାରନ୍ତି ଦୋକାନୀ ।
ଯାହାକୁ ନେଇ ଜନସାଧାରଣଙ୍କୁ କୋରୋନା କଡକଣା ଦୃଷ୍ଟିରେ ରଖି ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ