ETV Bharat / city

ବାରରେ ରଙ୍ଗୀନ ହେଉଥିଲା ରାତି, ଅଚାନକ ପହଞ୍ଚିଗଲେ ପୋଲିସ...

author img

By

Published : Oct 27, 2021, 10:14 AM IST

ରାଜଧାନୀର ବିଭିନ୍ନ ବାରରେ ଅଚାନକ ଚଢାଉ କରିଛି ପୋଲିସ । ଉଚ୍ଚ ବାଦ୍ୟଯନ୍ତ୍ର ସହ ନାଚଗୀତରେ ଆସର ଜମିଥିଲା । ଅଚାନକ ଚଢାଉ କଲା ପୋଲିସ । ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ଯାଏ ଚାଲୁଥିଲା ବାର । ଅଧିକ ପଢନ୍ତୁ...

ବାରରେ ଜମିଥିଲା ନାଚ ଗୀତ ଆସର, ଟପକି ପଡିଲା ଅବକାରୀ ଟିମ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ବାରରେ ଅଚାନକ ଚଢାଉ କରିଛି ପୋଲିସ । ଉଚ୍ଚ ବାଦ୍ୟଯନ୍ତ୍ର ସହ ନାଚଗୀତରେ ଆସର ଜମିଥିଲା । ଅଚାନକ ଚଢାଉ କଲା ପୋଲିସ । ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ଯାଏ ଚାଲୁଥିଲା ବାର । ରଙ୍ଗୀନ ହେଉଥିଲା ରାତି । ଅଭିଯୋଗ ପରେ ଫ୍ଲାଇଂ ସ୍କ୍ବାଡ୍‌, ଇଣ୍ଟେଲିଜେନସ ଉଇଙ୍ଗ ଓ ଭୁବନେଶ୍ବର ଅବକାରୀ ଟିମ୍ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ଚଢ଼ଉ କରିଛି ।

ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତି ୧୦ଟା ପରେ ଏକସାଇଜର କଟକ ଫ୍ଲାଇଂ ସ୍କ୍ବାଡ୍‌, ଇଣ୍ଟେଲିଜେନ୍ସ ଉଇଙ୍ଗ ଓ ଭୁବନେଶ୍ବର ଅବକାରୀ ଟିମ୍ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ଚଢ଼ାଉ କରିଛି । ଏହି ଚଢ଼ଉ ବେଳେ କଟକ ରୋଡ୍ ସ୍ଥିତ ଲିଭ୍‌-ଇଟ୍ ଅପ୍‌, ନସା ଓ ଏକାମ୍ର ଡ୍ୟାନ୍ସ ବାର୍‌ଗୁଡିକ ବିନା ଲାଇସେନ୍ସରେ ଚାଲୁଥିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ତିନୋଟି ଯାକ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି । ଡ୍ୟାନ୍ସ ବାର୍ ମାଲିକଙ୍କ ପାଖରେ ଲାଇସେନ୍ସ ନଥିବା ସତ୍ତ୍ବେ ସେମାନେ ବାର୍‌ରେ ଡ୍ୟାନ୍ସ ଫ୍ଲୋର୍ ଚଳାଉଥିଲେ ।

ସେହିପରି କଟକ ରୋଡ୍‌ରେ ଥିବା ସେଲ୍ଫି, ଅଶୋକା ଡ୍ୟାନ୍ସ ବାର୍‌ରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରାଯାଇ ମାତ୍ରାଧିକ ଲୋକଙ୍କୁ ମଦ ପରସା ଯାଉଥିଲା । ସେହିପରି ଚନ୍ଦ୍ରଶେଖରପୁର ସ୍ଥିତ ଏମ୍ବାସି ଏବଂ ୟୁନିଟ୍‌-୮ସ୍ଥିତ ଅଜିତ୍ ବାର୍‌ରେ କୋଭିଡ ନିୟମ ଉଲ୍ଲଘଂନ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚାଲୁଥିଲା । ଏ ନେଇ ୪ଟି ବାର୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିସହ ଏମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ ବିନା ଡ୍ୟାନ୍ସ ଲାଇସେନ୍ସରେ ଚାଲୁଥିବା ଲିଭ୍‌-ଇଟ୍ ଅପ୍‌, ନସା ଓ ଏକାମ୍ର ବାର୍‌ରେ ନାଚୁଥିବା ୧୫ରୁ ଊର୍ଦ୍ଧ୍ବ ବଙ୍ଗୀୟ ଯୁବତୀଙ୍କୁ ଅବକାରୀ ବିଭାଗର ଅଧିକାରୀମାନେ ପଚରାଉଚରା କରି ଛାଡ଼ିଦେଇଛନ୍ତି। ଚଢାଉରେ ଅବକାରୀ ଆଧିକାରୀଙ୍କ ସହ ପୋଲିସ ମଧ୍ୟ ସାମିଲ ହୋଇଥିଲା। ଏ ଘଟଣା ନେଇ ସେମାନଙ୍କୁ କିଏ ଆଗୁଆ ଫୋନ କରି ସୁଚନା ଦେଲା ବୋଲି ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.