ଭୁବନେଶ୍ବର: ସାଇବର ଅପରାଧରେ ବ୍ୟବହୃତ ପ୍ରି ଆକ୍ଟିଭେଟଡ଼ ସିମକାର୍ଡ଼ ନେଇ କମିସନରେଟ ପୋଲିସର ଛାନଭିନ। ଟେଲିକମ ଜାଲିଆତିର ତଦନ୍ତ ପାଇ ଗଠନ ହେଲା ସ୍ବତନ୍ତ୍ର ଟିମ। ଜବତ ସିମ କାର୍ଡକୁ ନେଇ ଟେଲିକମ କମ୍ପାନୀକୁ ଚିଠି ଲେଖିଲା ପୋଲିସ। ଟ୍ରାଇ ର( ଟେଲିକମ ରେଗୁଲାରିଟି ଅଥରିଟି ଅଫ ଇଣ୍ଡିଆ) ଗାଇଡ଼ଲାଇନକୁ କିପରି ଉଲ୍ଲଙ୍ଘନ କରୁଥିଲେ ସ୍ପଷ୍ଟୀକରଣ ରଖିବାକୁ ଚିଠିରେ ଉଲ୍ଲେଖ।
ପ୍ରିଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ଡିଷ୍ଟ୍ରିବ୍ୟୁଟର ଓ ରିଟେଲର ଲିଷ୍ଟ ସର୍ଟଲିଷ୍ଟ କରାଯାଉଛି । ସ୍ବତନ୍ତ୍ର ଟିମ ପହଞ୍ଚି କରିବ ଛାନଭିନ। ଏଥିପାଇ ସିମ ପ୍ରି ଆକ୍ଟିଭେଟଡରେ କିପରି ଫର୍ଜି ଡ଼କ୍ୟୁମେଣ୍ଟ ବ୍ୟବହାର ହେଉଥିଲା। ଏପରିକି ଡ଼କ୍ୟୁମେଣ୍ଟ କେଉଁଠୁ ସଂଗ୍ରହ ହେଉଥିଲା। ଡ଼କ୍ୟୁମେଣ୍ଟକୁ କିପରି ଟାମ୍ପରିଂ କରାଯାଉଥିଲା। ଏ ସମ୍ପର୍କରେ ଟେଲିକମ କମ୍ପାନୀର ଡ଼କ୍ୟୁ ମେଣ୍ଟ ଭେରିଫିକେସନ ସ୍କ୍ବାଡର ଟ୍ରାଇ ଗାଇଡ଼ଲାଇନର ନିୟମ ପାଳୁଥିଲେ କି ନାହି। ଡ଼କୁମେଣ୍ଟ ସ୍କୃଟିନ ଦାୟିତ୍ବରେ କେଉଁ ଅଧିକାରୀ ରହିଥିଲେ । ଅର୍ଥାତ ଏସବୁ ପ୍ରି ଆକ୍ଟିଭେସନ ପ୍ରକ୍ରିୟା କେଉଁ କମ୍ପାନୀ ଆପଣାଇଥିଲେ । ମିଳିଥିବା ତଥ୍ୟ ଆଧାରରେ କିଛି ଡିଷ୍ଟ୍ରିବ୍ୟୁଟର ଓ ରିଟେଲରଙ୍କୁ ତଦନ୍ତ ପରିସରକୁ ନେଇ ଯାଞ୍ଚ ହେବ। ଏହା ପଛରେ କମ୍ପାନୀର ସ୍ବାର୍ଥ ରହିଥିଲା କି ନାହିଁ । କେତେ ପ୍ରଫିଟ ହେଉଥିଲା। ଏଥି ସହ ନମ୍ବର ପୋର୍ଟେବିଲିଟି ପ୍ରକ୍ରିୟାରେ କିପରି ଜାଲିଆତି କରାଯାଉଥିଲା। ଗୋଟିଏ ସର୍ଭିସର ଆଉ ଏକସର୍ଭିସ ପ୍ରୋଭାଡ଼ରକୁ କିପରି ଏକକାଳୀନ ନମ୍ବର ସବୁ ପୋର୍ଟ କରାଯାଉଥିଲା। ଟ୍ରାଇ ଗାଇଡ଼ ଲାଇନକୁ କିପରି ଉଲ୍ଲଙ୍ଘନ କରୁଥିଲେ ସେ ସବରୁ ତଥ୍ୟ ହାସଲ ପାଇଁ ଯୋଜନା ଚଳାଇଛି ପୋଲିସ। ସ୍କାନରରେ ୪ଟି ଚର୍ଚିତ ଟେଲିକମ ସର୍ଭିସପ୍ରୋଭାଇଡ଼ର କମ୍ପାନୀ ରହିଛି । ଯାହାର ୧୬ ଲକ୍ଷ ପ୍ରି ଆକ୍ଟିଭେଟ ସିମ ମଙ୍ଗଳବାର ଜବତ କରାଯାଇଥିଲା ଭଦ୍ରକରୁ। ତେବେ ଟେଲିକମ କମ୍ପାନୀର କିପରି ସେଲସ ଓ ଭେରିଫିକେସନ ଡିପାର୍ଟମେଣ୍ଟର କିପରି ଅଗୋଚରରେ ଏପରି ଜାଲିଆତି ହେଉଥିଲା, ସେ ନେଇ ଖୋଳତାଡ଼ କରିବ ପୋଲିସ। ଗିରଫ ହୋଇ ଜେଲ ଯାଇଥିବା ଦୁଇ ଟେଲିକମ କର୍ମଚାରୀଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।
ରାଜ୍ୟରେ ଟେଲିକମ ବଡ଼ ଧରଣର ଜାଲିଆତି ଘଟଣାର ହାଇପ୍ରୋଫାଇଲ ଲିଙ୍କ ଅର୍ଥାତ କମ୍ପାନୀ ଅପରେସନାଲ ଓ ସର୍କଲ ହେଡ଼ ମାନଙ୍କ ଉପରେ ପୋଲିସର ନଜର ପଡିଛି। ଖୁବଶୀଘ୍ର ପୋଲିସ ସ୍କାନରକୁ ଆସି ଏଭଳି ହାଇଫାଇ ଜାଲିଆତିର ଗୁମର ଖୋଲିଵ ପୋଲିସ। ତେବେ ଏହି ପ୍ରିଆକ୍ଟିଭେଟେଡ଼ ସିମ ଯୋଗୁଁ ଅନେକ ସାଇବର ଅପରାଧି ଏହି ନମ୍ବର ବ୍ୟବହାର କରି ସାରାଦେଶରେ ଠକାମିର ଜାଲ ବିଛାଉଛନ୍ତି। ତା ସହିତ ବଡ଼ ବଡ଼ ଆର୍ଥିକ କ୍ଷତି ପହଚାଉଛନ୍ତି। କେବଳ ସେତିକି। ନୁହେଁ ଦେଶର ଜାତୀୟ ନିରାପତ୍ତା ସୁରକ୍ଷା ପ୍ରତି ବିପଦ ରହିଛି। ଯା ଦ୍ବାରା ସିମର ବ୍ୟବହାର କରି ଅପରାଧି ଘଟାଇପାରନ୍ତି ଯାହା ଦେଶ ପାଇ ବିପଦଜନକ ହୋଇପାରେ। ଏପରିକି ଗତ ଜୁନ ୮ତାରିଖରେ ଭାରତ ବାଙ୍ଗଲାଦେଶ ବର୍ଡ଼ରରୁ ଜଣେ ଚାଇନା ବ୍ୟକ୍ତିକୁ ଗିରଫ କରିଥିଲା ବର୍ଡ଼ର ସିକ୍ୟୁରିଟିଫୋର୍ସ । ଯେ କି ନିଜର ଅଣ୍ଡ଼ରଓ୍ବେରରେ ୧୩୦୦ ସିମକାର୍ଡ଼ ଲୁଚାଇ ନେଉଥିଲା ସେହି ଚାଇନିଜ ବ୍ୟକ୍ତି। ତେବେ ପଚରାଉଚରାବେଳେ ଜଣାପଡିଥିଲା ଏହିଭଳି ପ୍ରିଆକ୍ଟିଭେଟେଡ଼ ସିମ ନେଇ ସାଇବର ଅପରାଧି ପାଇ ଚାଇନାରୁ ବ୍ୟବହାର କରୁଛନ୍ତି ସାଇବର କ୍ରିମିନାଲ। ତେବେ ଏଭଳି ଟେଲିକମ ଅପରେଟରଙ୍କ ଜାଲିଆତି ପାଇ ଦେଶର ଯେ ବଡ଼ ଧରଣର ଅପରାଧ ଘଟୁଛି । ତାହା ସାମ୍ନାକୁ ଆସିଛି।
ତେବେ କମିସନରେଟ ପୋଲିସ ହାତରେ ଏପରି ଟେଲିକମ ଜାଲିଆତି ସାମ୍ନାକୁ ଆସିବା ପରେ ବର୍ତମାନ ଏସବୁ ଜାଲିଆତି ପାଇ ସମ୍ପୃକ୍ତ ଟେଲିକମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଏପରି ଉପରଠଉରିଆ ତଦନ୍ତ କରି ତଦନ୍ତ ମୋଡ ବଦଳାଇଦେବ ତାହା ଏବେ ପୋଲିସ ପାଇ ଚାଲେଞ୍ଜି ହୋଇଛି । କାରଣ ୧୬ଲକ୍ଷ ପ୍ରିଆକ୍ଟିଭ ସିମକାର୍ଡ଼ ପାଇ କିଏ ହେବ ଦାୟୀ । ଟେଲିକମ କମ୍ପାନୀ ଉପରେ କି କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।ସେମାଙ୍କର ଲାଇସେନ୍ସ ରଦ୍ଦ ପାଇ ଗୃହ ମନ୍ତ୍ରାଳୟ ବା ଟେଲିକମ ମନ୍ତ୍ରାଳୟ ଜଣାଇବ କି ପୋଲିସ।ଦେଶର ନିରୀହ ଲୋକଠୁ ଆରମ୍ଭ କରି ବଡ଼ବଡ଼ ବିଜନେସ ମ୍ୟାନ ଓ ସଂସ୍ଥାର ସାଇବର ଠକାମି ପାଇ ପ୍ରାଥମିକ ପ୍ରୟାସରେ ଟେଲିକମ ସଂସ୍ଥା ଦାୟୀ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସାଇବର ଏକ୍ସପର୍ଟ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ