ETV Bharat / city

ଅପରାଧ ରୋକିବାକୁ ପ୍ରୟାସ: ଏହି ହ୍ବାଟ୍ସଅପ୍ ନମ୍ବରରେ ପୋଲିସକୁ ଦିଅନ୍ତୁ ତଥ୍ୟ

author img

By

Published : Mar 15, 2021, 9:27 PM IST

ଏଣିକି ଆପଣ ଲୁଟର ଶିକାର ହେଲେ ତୁରନ୍ତ ଜଣାଇପାରିବେ ପୋଲିସକୁ । ଏ ନେଇ ଏକ ହ୍ବାଟ୍ସଅପ୍ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ..

ଅପରାଧ ରୋକିବାକୁ ପ୍ରୟାସ,  ଏହି ହ୍ବାଟସପ ନମ୍ବରରେ ପୋଲିସକୁ ଦିଅନ୍ତୁ ତଥ୍ୟ

ଭୁବନେଶ୍ବର: ଏଣିକି ଆପଣ ଲୁଟର ଶିକାର ହେଲେ ତୁରନ୍ତ ଜଣାଇପାରିବେ ପୋଲିସକୁ । ଏନେଇ ଏକ ହ୍ବାଟ୍ସଅପ୍ ନମ୍ବର ଜାରି କରିଛି କମିଶନରେଟ ପୋଲିସ ।

ରାଜଧାନୀରେ ବେକାବୁ ଷ୍ଟ୍ରିଟ କ୍ରାଇମ ରୋକିବାକୁ 7077798111 ନମ୍ବରରେ ତଥ୍ୟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ଡିସିପି । ଏପରିକି ଆପଣଙ୍କ ସହ କଣ ଘଟିଲା କେତେବଳେ ଘଟିଲା, କେତେ ଟଙ୍କାର ବା କେତେ ପରିମାଣର ଅଳଙ୍କାର ବା ଅନ୍ୟାନ୍ୟ ଜିନିଷ ଲୁଟ ହୋଇଛି, ସେ ସବୁର ତଥ୍ୟ ପୋଲିସକୁ ହ୍ବାଟ୍ସଅପ୍ କରନ୍ତୁ । ଅଥବା ଆପଣଙ୍କୁ କୌଣସି ଲୁଟେରା ବିଷୟରେ ତଥ୍ୟ ମିଳିଲେ ତୁରନ୍ତ ପୋଲିସକୁ ଏହି ହ୍ବାଟ୍ସଅପ୍ ଜରିଆରେ ଜଣାନ୍ତୁ ।

ଆଉ ଏହି ତଥ୍ୟ ଆଧାରରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇବ । ଏଥିପାଇଁ ଗଠନ ହୋଇଥିବା ସ୍ପେଶାଲ ୨୬ ଟିମ ଏ ଦିଗରେ କାମ କରିବେ । କମ୍ବାଟ ଆକ୍ସନ ଜରିଆରେ ସବୁ ଥାନାର ଏହି ସ୍ପେଶାଲ ଅଫିସର ମିଳିତ ଭାବରେ ଏ ଦିଗରେ କାମ କରିବେ । ଯାହାକୁ ନେଇ ଏହି ହ୍ବାଟ୍ସଅପ୍ ନମ୍ବର ଜାରି କରି ଜନସାଧାରଣଙ୍କ ଠାରୁ ଲୁଟେରା ବା ଅପରାଧିର ତଥ୍ୟ ଏକତ୍ର ପାଇଁ ଯୋଜନା କରିଛି ପୋଲିସ ।

ତେବେ ସୂଚନା ମୁତାବକ ରାଜଧାନୀରେ ବିଗତ ତିନି ମାସରେ ଅପରାଧିକ ରେକର୍ଡ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । 2020 ଡିସେମ୍ବରରେ ୫୭ଟି ରବରି ୧୮୭ଟି ଚୋରି ହୋଇଛି । ସେହିପରି ୨୦୨୧ ଜାନୁଆରୀ ରେ ୬୨ଟି ରବରି ୨୦୦ଟି ଚୋରି ହୋଇଛି । ଏଭଳି ଭାବେ 2021 ଫେବୃଆରୀରେ ୫୭ଟି ରବରି ୧୮୧ ଚୋରି ହୋଇଛି । ଯାହା ପୋଲିସ ପାଇଁ ଏ ଦିଗରେ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଛି । କାରଣ ଦିନ ହେଉ ରାତି ଆକ୍ରମଣ କରି ଲୁଟପାଟ କରିବାକୁ ପଛାଉନାହାନ୍ତି ଅପରାଧୀ । ଯାହାଙ୍କୁ ରୋକିବାରେ ପୋଲିସ ବିଫଳ ହୋଇଥିବାବେଳେ ଏବେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.