ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡ୍ରାଇଭରଙ୍କ ବିଶୃଙ୍ଖଳା ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର DCP ଉମା ଶଙ୍କର ଦାଶ । ଗତକାଲି ଭୁବନେଶ୍ବରରେ ଡ୍ରାଇଭର ସଂଘ ପକ୍ଷରୁ କରାଯାଇଥିବା ଆନ୍ଦୋଳନ ସମୟରେ ଡ୍ରାଇଭରମାନେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ଏଥିସହ ବିଭିନ୍ନ ରାସ୍ତା ଅବରୋଧ କରିବା କରି ଭୁବନେଶ୍ବରକୁ ଚାରି ଦିଗରୁ ବନ୍ଦ ରଖିଥିଲେ । ଫଳରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା ।
ସେହିପରି ଭୁବନେଶ୍ବରେ ଡ୍ରାଇଭରଙ୍କ ଦ୍ବାରା ହୋଇଥିବା ବିଶୃଙ୍ଖଳା ଓ ଭଙ୍ଗାରୁଜାକୁ ନେଇ ପୋଲିସ ତିନୋଟି ମାମଲା ରୁଜୁ କରିଛି । ତେବେ ୨ଟି ମାମଲା ରାସ୍ତା ଅବରୋଧ ପାଇଁ ହୋଇଥିବା ବେଳେ ଅନ୍ୟଟି ଧାରଣା ସ୍ଥଳରେ ୧୪୪ ନିୟମ ଉଲଙ୍ଘନ ନେଇ ପୋଲିସ ମାମଲା ରୁଜୁ କରିଛି । ଏଥିସହ ଗାଡି ଭାଙ୍ଗିବା ଓ ଆମ୍ବୁଲାନ୍ସ ଅଟକାଇବା ସହ ବିଭିନ୍ନ ଦଫାରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ବୋଲି ଡିସିପି କହିଛନ୍ତି ।
ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ହିଂସାକାଣ୍ଡ ଭିଆଇଥିବା ଡ୍ରାଇଭରଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଡିସିପି କହିଛନ୍ତି । ଏଥିସହ କିଛି ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଥିବା ବେଳେ ଆହୁରି ଅଧିକ ସଂଗ୍ରହ ଚାଲିଛି ବୋଲି ସେ କହିଛନ୍ତି । ଏହା ସହିତ ଯେଉଁମାନେ ତାଙ୍କ ସହ ହୋଇଥିବା ଅପ୍ରୀତିକର ଘଟଣା ବିଷୟରେ ଅଭିଯୋଗ ସହ ଭିଡିଓ ପ୍ରଦାନ କରିବେ ସେମାନଙ୍କ ନାଁ ଗୋପନୀୟ ରଖାଯିବା ସହ ତଦନ୍ତ କରାଯିବ ବୋଲି ଡିସିପି ଉମା ଶଙ୍କର ଦାଶ କହିଛିନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ