ETV Bharat / city

ଧରାପଡିଲା ବାଇକ ଚୋରୀ ଗ୍ୟାଙ୍ଗ, ITI ଛାତ୍ର ମାଷ୍ଟର ମାଇଣ୍ଡ

author img

By

Published : Jul 26, 2022, 4:23 PM IST

ଭୁବନେଶ୍ବର ଏମ୍ସ ନିକଟରେ ଆତଙ୍କ ଖେଳାଇଥିବା ୨ ଚକିଆ ଚୋର ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଏମ୍ସ ଅଞ୍ଚଳରୁ ବାଇକ ଚୋରୀ ଗ୍ୟାଙ୍ଗ ଗିରଫ, ITI ଛାତ୍ର ମାଷ୍ଟର ମାଇଣ୍ଡ

ଭୁବନେଶ୍ବର: ରାଜଧାନୀରେ ୨ ଚକିଆ ଗାଡ଼ି ଚୋରୀର ଖୁଲାସା କଲା କମିଶନରେଟ ପୋଲିସ । ITI ପାସ ଛାତ୍ରଙ୍କ ବୁଦ୍ଧିରେ ହେଉଥିଲା ଚୋରୀ । କମିଶନରେଟ ପୋଲିସ ଏହି ଚୋର ଗ୍ୟାଙ୍ଗକୁ ଗିରଫ କରିଥିବା ବେଳେ ୧୦ଟି ଚୋରା ଗାଡ଼ି ଜବତ କରିଛି ।

ଧରାପଡିଥିବା ଗ୍ୟାଙ୍ଗରେ ଅଛନ୍ତି ୩ ଅଭିଯୁକ୍ତ । ସେମାନେ ହେଲେ ମନୋରଞ୍ଜନ ଚମ୍ପତି, ରାକେଶ ସିଂ ଓ ସୁକାନ୍ତ ବେହେରା । ତେବେ ଏମାନଙ୍କ ଭିତରୁ ରାଜେଶ ସିଂ ହେଉଛି ଜଣେ ITI ପାସ ଛାତ୍ର । ଚୋରୀ ଘଟଣାର ମାଷ୍ଟରମାଇଣ୍ଡ ରାଜେଶ ସିଂ ବିଭିନ୍ନ ପାର୍କିଂ ଏରିଆରୁ କୌଶଳ କ୍ରମେ ଗାଡିର ଲକ ଭାଙ୍ଗିବା କାର୍ଯ୍ୟ କରୁଥିଲା । ଏହାପରେ ଅନ୍ୟ ଜଣେ ଚୋର ଗାଡିକୁ ବାହାରକୁ ନେଇ ଚମ୍ପଟ ମାରୁଥିଲା । ସେହିପରି ଅନ୍ୟ ଜଣେ ଗାଡିକୁ ବିକ୍ରୀ ପାଇଁ ବିଭିନ୍ନ ଆଖପାଖ ଅଞ୍ଚଳରେ ଡିଲ କରୁଥିଲା । ଏହି ଅଭିଯୁକ୍ତମାନେ ଗୋଟିଏ ଗୋଟିଏ ବାଇକକୁ ୩ରୁ ୪ ହଜାର ଟଙ୍କାରେ ବିକ୍ରୀ କରୁଥିଲେ ।

ବିଶେଷ କରି ଏହି ଅଭିଯୁକ୍ତମାନେ ଏମ୍ସ ପାଖରେ ସକ୍ରିୟ ରହୁଥିଲେ । ବିଶେଷ କରି ଏମ୍ସକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଟାର୍ଗେଟ କରୁଥିଲେ ଅଭିଯୁକ୍ତମାନେ । ପାର୍କିଂରେ ବାଇକ ରଖି ହସ୍ପିଟାଲ ଭିତରକୁ ଯିବା ମାତ୍ରେ ଏମାନେ ସକ୍ରିୟ ହୋଇ ଉଠୁଥିଲେ । ଚୋରୀ ଘଟଣାର ମାଷ୍ଟରମାଇଣ୍ଡ ରାଜେଶ ସିଂ ପାର୍କିଂ ଏରିଆରେ ବାଇକର ଲକ୍ ଭାଙ୍ଗିବା ପରେ ଗାଡିକୁ ନେଇ ଚମ୍ପଟ ମାରୁଥିଲେ ଅନ୍ଯ ଅଭିଯୁକ୍ତ ।

ଏନେଇ ଏକାଧିକ ଅଭିଯୋଗ ଆସିବା ପରେ ଖଣ୍ଡଗିରି ପୋଲିସ ବିଭିନ୍ନ ପାର୍କିଂ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସାଦା ପୋଷାକରେ ରହି ବାଇକ ଚୋରଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା । ଶେଷରେ ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସକୁ ମିଳିଛି ସଫଳତା । ଏହି ଗ୍ୟାଙ୍ଗର ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବାରୁ ଅଭିଯୁକ୍ତକୁ ଧରିବା ନିମନ୍ତେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ଏହି ଚୋରୀ ରାକେଟରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ଖଣ୍ଡଗିରି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.