ETV Bharat / city

ପୋଲିସ କବଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡ

ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କ ତଣ୍ଟିକଟି ଲୁଟ ଉଦ୍ୟମ ଘଟଣାରେ ପୋଲିସ କବ୍ଜାକୁ ଆସିଲା ଅଭିଯୁକ୍ତ । ମୋବାଇଲ ଲୁଟ ପାଇଁ ଏମିତି କାଣ୍ଡ ଭିଆଇଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ...

author img

By

Published : Jun 2, 2021, 3:53 PM IST

ପୋଲିସ କବ୍ଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡ
ପୋଲିସ କବ୍ଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡପୋଲିସ କବ୍ଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡ

ଭୁବନେଶ୍ବର: ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କ ତଣ୍ଟିକଟା ଘଟଣାରେ ପୋଲିସ କବ୍ଜାକୁ ଆସିଲା ଅଭିଯୁକ୍ତ । ଅଭିଯୁକ୍ତକୁ ନୟାପଲ୍ଲୀ ରେଣ୍ଟାଲ କଲୋନୀରୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼। ଅଭିଯୁକ୍ତର ନାଁ ଅମର ଦିଗଲ ଓ ସେ ରେଣ୍ଟାଲ କଲୋନୀରେ ରହୁଥିବାବେଳେ ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପୋଲିସ କହିଛି ।

ପୋଲିସ କବ୍ଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡ

ଘଟଣାକ୍ରମ ଅନୁସାରେ ଗତ ୩୧ରେ ଅଶୁ ଗୁପ୍ତା ନାମକ ମହିଳା ଜଣକ ମର୍ଣ୍ଣିଂଓ୍ବାକବେଳେ ଅଭିଯୁକ୍ତ ତାଙ୍କ ପିଛା କରିଥିଲା । ମହିଳାଙ୍କ ପଛ ପକେଟରେ ମୋବାଇଲ ଥିବାବେଳେ ଦୁବୃର୍ତ୍ତ ଜଣଙ୍କ ଲୁଟ କରିବାକୁ ଉଦ୍ୟମ କରିଥିଲା । ତେବେ ସେଥିରେ ବିଫଳ ହେବାରୁ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ମୋବାଇଲ ମାଗିଥିଲା ଦୁବୃର୍ତ୍ତ । ମହିଳା ଜଣଙ୍କ ମନା କରିବାରୁ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲା ଦୁବୃର୍ତ୍ତ । ଏ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ଏନେଇ ଥାନାରେ ମହିଳାଜଣଙ୍କ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ତାକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.