ETV Bharat / city

ଖୋଲିଥିଲେ ଫେକ୍‌ କର୍ପୋରେଟ ଅଫିସ, ଲୋନ ପାଇ ଦେଉଥିଲେ ନକଲି ଦରମା ସ୍ଲିପ

author img

By

Published : Oct 31, 2021, 7:06 PM IST

ଫାଇନାନ୍ସ କମ୍ପାନୀକୁ ହଡପ ପାଇଁ ରାଜଧାନୀରେ ଚାଲିଥିଲା ବଡ଼ ଧରଣର ଜାଲିଆତି। ଏଥିଲାଗି ରାଜଧାନୀରେ ଖୋଲିଥିଲା ନକଲି କର୍ପୋରେଟ ଅଫିସ । ଘଟଣାରେ ୪ ଜଣଙ୍କୁ କରାଯାଇଛି ଗିରଫ । ଅଧିକ ପଢନ୍ତୁ...

ରାଜଧାନୀରେ ବଡ଼ ଧରଣର ଋଣ ଜାଲିଆତି, ନକଲି HR ସହ ୪ ଗିରଫ

ଭୁବନେଶ୍ବର: ଫାଇନାନ୍ସ କମ୍ପାନୀକୁ ହଡପ ପାଇଁ ବଡ ଜାଲିଆତି । ଏଥିଲାଗି ରାଜଧାନୀରେ ଖୋଲିଥିଲା ନକଲି କର୍ପୋରେଟ ଅଫିସ । ଲୋନ ପାଇ ମିଳୁଥିଲା ନକଲି ଅଫର ଲେଟର ସହ ଫେକ ପେ ସ୍ଲିପ । ଯାହା ଜରିଆରେ ଲୋନ ଦେଉଥିଲେ ଫାଇନାନ୍ସ କମ୍ପାନୀ । ମୋଟା ଅଙ୍କର ଲୋନ ପାଇବା ପାଇଁ ଏପରି ଜାଲିଆତି। ରାଜଧାନୀରେ ବିଭିନ୍ନ ଫାଇନାନ୍ସକୁ ଚୂନ ଲଗାଇଥିବା ନକଲି କର୍ପୋରେଟ କମ୍ପାନୀକୁ ଠାବ କରିଛି ପୋଲିସ । ଘଟଣାରେ ନକଲି କର୍ମଚାରୀ, ନକଲି HR ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ।

ନୟାପଲ୍ଲୀ ଥାନାରେ ଅଭିଯୋଗ ଅନୁସାରେ ନ୍ୟାସନାଲ ସେଣ୍ଟର ଫର ଏନର୍ଜି ମାନେଜମେଣ୍ଟ(NCEM) ନାଁରେ ଚାଲୁଥିଲା ଏକ ନକଲି କର୍ପୋରେଟ ଅଫିସ । ଯେଉଁଠାରେ ୪ ଜଣ ନକଲି କର୍ମଚାରୀ ସାଜି ବିଗତ ୬ମାସରେ ବଜାଜ ଫାଇନାନ୍ସ ଠାରୁ ମୋଟା ଅଙ୍କର ଲୋନ ନେଇଛନ୍ତି । ଏଠାରେ ଥିବା ନକଲି କର୍ମଚାରୀ ମାସକୁ ୧ ଲକ୍ଷରୁ ଦେଢ ଲକ୍ଷ ପର୍ଯନ୍ତ ଦରମା‌ ପାଉଥିବାର ପେ ସ୍ଲିପ ଓ ସାଲାରି ଆକାଉଣ୍ଟରେ ଦର୍ଶାଇଥିଲେ । ଯାହାକୁ ଆଧାର କରି ଫାଇନାନ୍ସ କମ୍ପାନୀ ଲୋନ ଦେଇଥିଲା ।

ଏପରିକି ସେହି କମ୍ପାନୀ ଠିକଣାରେ ଆଡ୍ରେସ ଭେରିଫିକେସନ‌ ବେଳେ ଜଣାପଡୁନଥିଲା ଜାଲିଆତିର ପ୍ରମାଣ । କାରଣ ସେହି କମ୍ପାନୀରେ ଜଣେ ବସୁଥିଲେ ନକଲି HR ଯିଏକି ଏଭଳି ଭେରିଫିକେସନ ଆସୁଥିବା କର୍ମଚାରୀଙ୍କୁ ବାସ୍ତବରେ ଅଫିସ ଚାଲୁଥିବାର ଅଭିନୟ କରୁଥିଲେ । ଫଳରେ ଭେରିଫିକେସନ ହେବା ପରେ ଲୋନ ଆବେଦନ କରିଥିବା ସେହି ଅଫିସର ନକଲି କର୍ମଚାରୀଙ୍କୁ ମୋଟା ଅଙ୍କର ଏପରିକି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳୁଥିଲା ।

ତେବେ ଗୋଟିଏ ଅଫିସରୁ ୬ ମାସ ମଧ୍ୟରେ ୪ଜଣ ପରେ ୫ମ ଲୋକ ପ୍ରକାଶ ପ୍ରଧାନ ନାମକ କର୍ମଚାରୀ ନାଁରେ ସେହି କମ୍ପାନୀରୁ ୨ଲକ୍ଷ ଟଙ୍କା ଦରମା ପାଉଥିବା ଆଧାରରେ ଲୋନ ଆବେଦନ କରିଥିଲା । ଯାହାର ପେ ସ୍ଲିପ ଓ ସାଲାରୀ ଷ୍ଟେଟମେଣ୍ଟ ଆଧାରରେ ଭେରିଫିକେସନ ବେଳେ ବଜାଜ ଫାଇନାନ୍ସର ସନ୍ଦେହ ହୋଇଥିଲା । ତେବେ ପୋଲିସର ତଦନ୍ତ ପରେ ଏହା ଏକ ଜାଲିଆତି ବୋଲି ଜଣାପଡିଥିଲା ।

ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ କମ୍ପାନୀର ମାଲିକ ବା ନିର୍ଦ୍ଦେଶକ ସନ୍ତୋଷ ଜେନା ଫେରାର ଥିଲେ। ଏହାର ମାଲିକାଣୀ ମମତା ପାତ୍ର ନକଲି HR ସୁନନ୍ଦା ସାମଲ ଓ ଗ୍ରାହକ ଯୋଗାଡ କରୁଥିବା ଦଲାଲ ସନ୍ତୋଷ ସାମଲ ସହ ନକଲି କର୍ମଚାରୀ ଭରତ ଲେଙ୍କାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ସେହି ଅଫିସ୍‌ର କର୍ମଚାରୀ କହି ୧୦ ଲକ୍ଷର ଲୋନ ହାତେଇଥିବା ଭରତ ଲେଙ୍କାକୁ ପୋଲିସ ଧରିବା ଏସବୁ ଜାଲିଆତି ଜଣାପଡିଥିଲା । ଯାହାଙ୍କୁ ୧୦ଲକ୍ଷର ଲୋନ‌ ମିଳିବା ପରେ ଏହି ନକଲି କର୍ପୋରେଟ କମ୍ପାନୀକୁ ୨ଲକ୍ଷ କମିସନ ମିଳୁଥିଲା ।

ଅନେକ ଫାଇନାନ୍ସ କମ୍ପାନୀ ଠାରୁ ଏଭଳି ଭାବରେ ଅନେକ ଲୋକଙ୍କ ନାଁରେ କର୍ମଚାରୀର ପରିଚୟ ଦେଇ ହେଉଥିଲା ଠକେଇ । ମୋଟ ୪ ଅଭିଯୁକ୍ତଙ୍କୁ IPCର ଧାରା ୪୬୮, ୪୨୦, ୪୭୧, ୩୪ରେ କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ । କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିବା ମିଳିଛି ସୂଚନା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.