ETV Bharat / city

ମହିଳା ମୋହରା ! ସ୍ମାର୍ଟସିଟିରେ ଚାଲିଛି ଡ୍ରଗ୍ସ ବେପାର, ଚୁଲବୁଲି ଦିଦି ସାଜିଛନ୍ତି ପାଉଡର ଲେଡି - ଭୁବନେଶ୍ବରରେ ଡ୍ରଗ୍ସ ବେପାର

ନିଶା କାରବାରକୁ ନେଇ ରାଜଧାନୀରେ ଆକ୍ଟିଭ ଡ୍ରଗ୍ସ ମାଫିଆ । ମହିଳାଙ୍କୁ ଢାଲ କରି ପୁରୁଷ ଚଲାଉଛନ୍ତି ଡ୍ରଗ୍ସ ବେପାର। କେତେବେଳେ ପାଉଡର ଲେଡି ତ କେତେବେଳେ ନିଶାରାଣୀ, ଡ୍ରଗ୍ସ କ୍ୱିନଠୁ ଆରମ୍ଭ କରି ଚୁଲବୁଲି ଦିଦି ନାଁରେ ଏମାନେ ବେଶ ପରିଚିତ। ୫ମାସରେ ୧୦ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ଓ ଅବକାରୀ ବିଭାଗ । ଅଧିକ ପଢନ୍ତୁ

ମହିଳାଙ୍କୁ ମୋହରା କରି ଚାଲିଛି ଡ୍ରଗ୍ସ ବେପାର, ଚୁଲବୁଲି ଦିଦି ସାଜିଛନ୍ତି ପାଉଡର ଲେଡି

author img

By

Published : Jun 2, 2022, 9:14 PM IST

ଭୁବନେଶ୍ବର: ନିଶା କାରବାରକୁ ନେଇ ରାଜଧାନୀରେ ବେଶ ଆକ୍ଟିଭ ଡ୍ରଗ୍ସ ମାଫିଆ । ଭିନ୍ନ ଶୈଳି ଓ ନୂଆ ଫଣ୍ଡା ଅପଣାଇ ଚାଲିଛି ନିଶା ବେପାର। ଡ୍ରଗ୍ସ କାରବାର ସମ୍ଭାଳୁଛନ୍ତି ରାଜଧାନୀର କିଛି ମହିଳା। ମହିଳାଙ୍କୁ ଢାଲ କରି ପୁରୁଷ ଚଳାଉଛନ୍ତି ଡ୍ରଗ୍ସ ବେପାର। ନାଶାରାଣୀଙ୍କ ଦ୍ବାରା ଚାଲିଛି ଡ୍ରଗ୍ସ ବେପାର। ନିଶାକାରବାରରେ ୫ମାସରେ ୧୦ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ଓ ଅବକାରୀ ବିଭାଗ । କେତେବେଳେ ପାଉଡର ଲେଡିତ କେତେବେଳେ ନିଶାରାଣୀ, ଡ୍ରଗ୍ସ କୁଇନଠୁ ଆରମ୍ଭ କରି ଚୁଲବୁଲି ଦିଦି ନାଁରେ ଏମାନେ ବେଶ ପରିଚିତ।

ମହିଳାଙ୍କୁ ମୋହରା କରି ଚାଲିଛି ଡ୍ରଗ୍ସ ବେପାର, ଚୁଲବୁଲି ଦିଦି ସାଜିଛନ୍ତି ପାଉଡର ଲେଡି

୨୦୦ରୁ ୮୦୦ଟଙ୍କା ବଢାଇଦେଲ ବଢାଇଦିଅନ୍ତି ପୁଡିଆ। ଏମିତିକି ଗୁଡି ପତା ଭଳି ଅନେକ ନାଁରେ କୋର୍ଡ ଓ୍ବାର୍ଡ ବ୍ୟବହାର କରନ୍ତି। ବସ୍ତିଠୁ ବଜାର ଗଳିରୁ ଫ୍ଲାଟ୍ ଓ ଭିଲ୍ଲା, ପାଉଡର ବିକିବାକୁ ମହିଳା‌ ମାଳ ମାଳ। ପୋଲିସ ହାତରେ ଧରା ନପଡିବାକୁ ଏହି ନୂଆ ପନ୍ଥା ଆପଣାଇଥିଲେ ଡ୍ରଗ୍ସ ମାଫିଆ । ବସ୍ତିଠୁ ଆରମ୍ଭ କରି ହାଇପ୍ରୋଫାଇଲ୍ ଏରିଆ, ଲେଡି ପେଡଲର୍ ସମ୍ଭାଳୁଛନ୍ତି ଡ୍ରଗ୍ସ କାରବାର ।

ନଜର ପକାନ୍ତୁ ଏଭଳି କିଛି ଘଟଣା ଉପରେ

  • ଜୁନ ୧ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଧରାପଡିଛି ନିଶାରାଣୀ ନିତୁ । ଯେକି ସମ୍ଭାଳିଥିଲା ଉତ୍ତର ଭୁବନେଶ୍ୱର ନିଶା କାରବାରର ନେଟୱର୍କ। ପୋଲିସ ଖବର ପାଇ ଚଢାଉ କରିଥିବାବେଳେ ମିଳିଥିଲା ୬ଗ୍ରାମର ବ୍ରାଉନସୁଗାର ଓ ନଗଦ ୧ଲକ୍ଷ ୨ହଜାର‌ ଟଙ୍କା। ସ୍କୁଟି ଯୋଗେ ଡ୍ରଗ୍ସ ବ୍ୟବସାୟ କରୁଥିବା ବେଳେ ଅବକାରୀ ଓ ପୋଲିସ ରାଡାରରେ ଛନ୍ଦି ହୋଇ ପଡିଛନ୍ତି ନିତୁ ପଟ୍ଟନାୟକ।
  • ସେହିପରି ମେ ୨୦ରେ ଖଣ୍ଡଗିରି ଥାନା ରେହମତ ନଗରରୁ ଧରାପଡିଥିଲା ନିଶାରାଣୀ କୁନି ମଙ୍ଗଲ। କୁନିଠାରୁ ବ୍ରାଉନସୁଗାର କାରବାର‌ ବେଳେ ୮ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ହଜାର ଟଙ୍କା ଜବତ କରିଥିଲା କମିଶନରେଟ ପୋଲିସ।
  • ସେହିପରି ଏପ୍ରିଲ ୨୫ରେ ଏୟାରପୋର୍ଟ କାରଗିଲ ବସ୍ତିରୁ ଐଶ୍ବର୍ଯ୍ୟା ମହାପାତ୍ରକୁ ଗିରଫ କରିଥିଲା ଅବକାରୀ ଟିମ, ତାଙ୍କ ଠାରୁ ୫୬ଗ୍ରାମର ହିରୋଇନ ଜବତ କରିଥିଲା ପୋଲିସ।
  • ଏପ୍ରିଲ ୨୦ରେ ନୟାପଲ୍ଲୀ ଥାନା ନୟାଗଡ ସାହି ହାତିଆଶୁଣି ମଣ୍ଡପ ନିକଟରୁ ଧରାପଡିଥିଲା ନିଶାରାଣୀ ଝୁନି ପ୍ରଧାନ। ତା ନିକଟରୁ ୫୬ଗ୍ରାମର‌ବ୍ରାଉନସୁଗାର ଜବତ କରିଥିଲା ଅବକାରୀ ଟିମ।
  • ସେହିପରି ଏୟାରପୋର୍ଟ ଥାନା ପିଏଚଡି ବସ୍ତିରୁ ଧରାପଡିଥିଲା କୁମୁଦ ଦେଇ, ମଞ୍ଚେଶ୍ବର ଥାନା ପଳାଶୁଣି ଗଙ୍ଗୁଆ ନାଳ ନିକଟରୁ ସୁକାନ୍ତି ବେହେରା, କ୍ୟାପିଟାଲ ଥାନା‌ ନାରାୟଣ ବସ୍ତିର‌ ଧରାପଡିଥିଲା ରଞ୍ଜୁ ନାୟକ ଓ ବଡଗଡ ଥାନା ଉପର ସାହିରୁ ଧରାପଡିଥିଲା ରୀନା‌ ପ୍ରଧାନ।

ଏହିପରି ଢଙ୍ଗରେ ବିଗତ ୫ମାସରେ ଧରାପଡିଲେଣି ୧୦ଜଣ ମହିଳା‌ ଡ୍ରଗ୍ସ ବେପାରୀ । ‌ଅବକାରି ଟିମ ହାତରେ ୮ଜଣ ଧରାପଡିଥିବା ବେଳେ ୨ଜଣଙ୍କୁ କାବୁ କରିଥିଲା କମିଶନରେଟ ପୋଲିସ । ଅବକାରୀ ବିଭାଗର ତଥ୍ୟ ଅନୁସାରେ ୨୦୨୧ ମସିହାରେ ରାଜଧାନୀରୁ ୧୨ ମହିଳା ନିଶା ମାଫିଆଙ୍କୁ ଗିରଫ କରାଯାଇଥିଲା।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ଏପରି କାରବାର‌ କରୁଥିବା ମହିଳା ସମ୍ପର୍କରେ ଖବର‌ ପାଇଥିଲୁ । ରେଡ ବେଳେ ବିପୁଳ ଟଙ୍କା ସହ ବ୍ରାଉନସୁଗାର ଜବତ କରିଛୁ ଆଉ ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛୁ। ସେପଟେ ଆଇନଜୀବୀ କହିଛନ୍ତି ନିଶା କାରବାରରେ ବାରମ୍ବାର ମହିଳା ଗିରଫ ହେଉଛନ୍ତି ।ପୁରୁଷମାନେ ମହିଳାଙ୍କୁ ମୋହରା କରି ନିଶା କାରବାର ଚଲାଉଛନ୍ତି। ତେଣୁ ଭୁବନେଶ୍ଵରରେ ନିଶା କାରବାରରେ ମହିଳାଙ୍କ ସମ୍ପୃକ୍ତି ବିଗତବର୍ଷ ଗୁଡ଼ିକରେ ବୃଦ୍ଧି ପାଉଛି । ତେଣୁ ତଦନ୍ତକାରୀ ଟିମ ସେମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପତ୍ର ଯୋଗାଡ଼ କରି କୋର୍ଟରେ ଦାଖଲ କଲେ ସେମାନେ ଖସିବା କଷ୍ଟସାଧ୍ୟ ହୋଇପାଡିବ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.