ETV Bharat / city

ଚୋରା ଗାଡ଼ିରେ ଛିନତାଇ, ଥରହର କରୁଥିଲେ ରାଜଧାନୀ

author img

By

Published : Jul 4, 2021, 10:11 PM IST

ଆସୁଥିଲେ ରକେଟ ପରି, ଝାମ୍ପି ନେଉଥିଲେ ଛଞ୍ଚାଣ ପରି । ଦିନ ହେଉ ବା ରାତି, ସକାଳ ହେଉ ବା ସନ୍ଧ୍ୟା। ଏମାନଙ୍କ କ୍ରାଇମ୍ ପାଇଁ ଥରହର ହେଉଥିଲା ରାଜଧାନୀ । ଏପରି ଢଙ୍ଗରେ ଖଣ୍ଡଗିରି ଅଞ୍ଚଳରେ ଜଣେ ଲୋକ ଗ୍ୟାରେଜରୁ ଗାଡ଼ି ଚୋରି ସମୟର ସିସିଟିଭିରୁ ଧରାପଡ଼ିଥିଲା ଜଣେ । ଅଧିକ ପଢନ୍ତୁ...

ଚୋରା ଗାଡ଼ିରେ ଛିନତାଇ, ଥରହର କରୁଥିଲେ ରାଜଧାନୀ
ଚୋରା ଗାଡ଼ିରେ ଛିନତାଇ, ଥରହର କରୁଥିଲେ ରାଜଧାନୀ

ଭୁବନେଶ୍ବର: ଆସୁଥିଲେ ରକେଟ ପରି, ଝାମ୍ପି ନେଉଥିଲେ ଛଞ୍ଚାଣ ପରି । ଦିନ ହେଉ ବା ରାତି, ସକାଳ ହେଉ ବା ସନ୍ଧ୍ୟା। ଏମାନଙ୍କ କ୍ରାଇମ୍ ପାଇଁ ଥରହର ହେଉଥିଲା ରାଜଧାନୀ । କାରଣ ଏମାନେ ଗାଡ଼ି ଚୋରି କରୁଥିଲେ। ସେହି ଚୋରା ଗାଡ଼ିରେ ନମ୍ବର ବଦଳାଇ ଧୁମ୍ ଷ୍ଟାଇଲରେ ଝାମ୍ପୁଥିଲେ ମୋବାଇଲ । ଆଖି ପିଛୁଳାକେ ହୋଇଯାଉଥିଲେ ଗାଏବ । ଅର୍ଥାତ ଗୋଟିଏ ଗାଡିରେ ଛିନତାଇ ପରେ ଆଉ ଗୋଟିଏ ଗାଡ଼ି ଧରି ସାଥି ପାଖେ ପାଖେ ବୁଲୁଥିଲେ । ଯଦି ଧରାପଡ଼ିବା ପରିସ୍ଥିତି ଉପୁଜୁଥିଲା ତୁରନ୍ତ ସହଯୋଗୀର ଗାଡ଼ି ବଦଳାଇ ଛୁ ମାରୁଥିଲେ ।

ଏପରି ଢଙ୍ଗରେ ଖଣ୍ଡଗିରି ଅଞ୍ଚଳରେ ଜଣେ ଲୋକ ଗ୍ୟାରେଜରୁ ଗାଡ଼ି ଚୋରି ସମୟର ସିସିଟିଭିରୁ ଧରାପଡ଼ିଥିଲା ଜଣେ । ତା’ଠୁ ସୁରାକ ପାଇ ତାଙ୍କ ଆଡ୍ଡା ଉପରେ ଚଢ଼ାଉ ପରେ ସେମାନଙ୍କର ଏକ ଚୋରି ଗାଡିର ଗ୍ୟାରେଜ ଠାବ କରିଥିଲା । ବିଭିନ୍ନ ସ୍ଥାନ ବୁଲି ବାଇକ ଚୋରି କରୁଥିଲେ । ଚୋରି ବାଇକରେ ଲୁଟପାଟ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଶେଷରେ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଗିରଫ 3 ଅଭିଯୁକ୍ତଙ୍କ ଠାରୁ 7ଟି ବାଇକ ସହ 11ଟି ଛିନତାଇ କରି ଲୁଟ କରିଥିବା ମୋବାଇଲ ଜବତ କରାଯାଇଛି । ଏମାନେ ଭୁବନେଶ୍ୱର ବାହାରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଚୋରୀ କରିଥିବା ପୋଲିସ ଜାଣିବାକୁ ପାଇଛି । ବିଭିନ୍ନ ସ୍ଥାନରେ ଏମାନଙ୍କ ନାଁରେ ମାମଲା ରହିଛି । 3 ଅଭିଯୁକ୍ତ ହେଲେ କଟକ ମାର୍କତ ନଗରର କାର୍ତ୍ତିକ ପ୍ରକାଶ ଓରଫ ମାପି, କୋଳଥିଆର ସାଗର ପନ ଓରଫ ନେପୁ, ଖଣ୍ଡଗିରି ଅଞ୍ଚଳର ବିକାଶ ରାୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.