ETV Bharat / city

ପୌର ନିର୍ବାଚନ ବେଳେ ହୁସିଆର, ଖଟିରେ ଏକାଠି ହେଲେ ଧରିବ ପୋଲିସ - ଭୁବନେଶ୍ବର ପୌର ନିର୍ବାଚନ

ପୌର ନିର୍ବାଚନ ବେଳେ ହୁସିଆର, ଏକାଠି ହେଲେ ବା ଖଟି କଲେ ଗୋଡେଇ ଧରୁଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ପୌର ନିର୍ବାଚନ ବେଳେ ହୁସିଆର, ଖଟିରେ ଏକାଠି ହେଲେ ଧରିବ ପୋଲିସ

author img

By

Published : Mar 8, 2022, 9:00 AM IST

ଭୁବନେଶ୍ବର: ପୌର ନିର୍ବାଚନ ବେଳେ ହୁସିଆର, ବୁଲୁଛନ୍ତି ଗଣ୍ଡା ଗଣ୍ଡା ଅଫିସର, ସାଧା ପୋଷାକରେ ଖାକି ବର୍ଦିରେ। କେଉଁଠି କେତେବେଳେ ବି ପହଞ୍ଚି ପାରନ୍ତି। ରାଜଧାନୀରେ ଏମିତି ଏବେ ବୁଲୁଛନ୍ତି କମିଶନରେଟ ପୋଲିସ । ବିଶେଷ କରି ନିର୍ବାଚନ ବେଳେ ଏକାଠି ହେଲେ ବା ଖଟି କଲେ ଗୋଡେଇ ଧରୁଛନ୍ତି ଖାକିବାବୁ। କାରଣ ପୌର ନିର୍ବାଚନ ପାଇଁ ଚାରିଆଡେ ରାଜନୀତି ସରଗରମ ଥିବା ବେଳେ ଶାସକ ଓ ବିରୋଧାଙ୍କ ସହ ସ୍ବାଧୀନ ପ୍ରାର୍ଥୀଙ୍କ ଚାଲିଛି ଛକାପଞ୍ଝା ।

ପୌର ନିର୍ବାଚନ ବେଳେ ହୁସିଆର, ଖଟିରେ ଏକାଠି ହେଲେ ଧରିବ ପୋଲିସ

ଭୋଟର ଆକୃଷ୍ଟ ପାଇଁ ନୂଆ ନୂଆ ପ୍ଲାନ ବଦଳାଉଛନ୍ତି ରାଜନୈତିକ ଦଳ ଓ ନେତା। ଏନେଇ କେଉଁଠି ଏକାଠି ହେଲେ ବା ଖଟି କଲେ ରାଜନୈତିକ ହିଂସା ଉପୁଜିପାରେ ବା ପରିସ୍ଥିତି ବିଗିଡିପାରେ। ଏସବୁକୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୋଲିସ। ବାଇକ ଓ ପୋଲିସ ଭ୍ୟାନ‌ରେ ବୁଲି ବୁଲି ବିଭିନ୍ନ ଥାନା ଅଞ୍ଚଳର ଗହଳି ସ୍ଥାନ, ନିଛାଟିଆ ସ୍ଥାନ, ଖଟି ସ୍ଥଳ ବା ବିଭିନ୍ନ ଛକ ଛକରେ ବୁଲି ବୁଲି ଲୋକଙ୍କୁ ଗୋଡେଇ ଧରୁଛନ୍ତି ପୋଲିସ ଅଧିକାରୀ ।

ଅନ୍ୟପଟେ ପେସାଗତ ଅପରାଧିଙ୍କ ଉପରେ ନଜର ରଖିବାକୁ ୧୧୦ ଲଗାଇବା ଅଭିଯାନ ଆରମ୍ଭ କରିଛି ପୋଲିସ । ବିଭିନ୍ନ ଥାନା ଅଞ୍ଚଳରୁ ଚୋରି, ଛିନତାଇ ବା ନିଶା କାରବାର କରୁଥିବା ଅପରାଧିଙ୍କ ଦୁଇରୁ ଉର୍ଦ୍ଧ୍ବ କେସ ଥିଲେ ୧୧୦ ଲଗାଇ ପୋଲିସ ଜେଲ ପଠାଉଛି । ଏଥିସହ ପୂର୍ବରୁ ଗଣ୍ଡଗୋଳ କରୁଥିବା ଗତ ନିର୍ବାଚନ ବେଳେ ଦୁଇ ଗୋଷ୍ଠି ମଧ୍ୟରେ ଝଗଡା କରୁଥିବା କୁଜି ନେତାଙ୍କୁ ମଧ୍ୟ ଖୋଜୁଛନ୍ତି ପୋଲିସ ଅଧିକାରୀ । ନିର୍ବାଚନ ବେଳେ କୌଣସି ଗଣ୍ଡଗୋଳ କଲେ ୧୦୭ରେ ଗିରଫ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ନିଶା କାରବାର ଦେଶୀ ମଦ ବା ବିଦେଶୀ ମଦ ବେ

ଆଇନ କାରବାର ବିକ୍ରି ,ବ୍ରାଉନସୁଗାର ,ଗଞ୍ଜେଇ କାରବାର ଆଦି ଉପରେ ନଜର ରଖିଛି କମିଶନରେଟ ପୋଲିସ। ପୌର ନିର୍ବାଚନ‌ ବେଳେ ଏସବୁ ଦିଗରେ ଅଧିକ ଫୋକସ ଦେଇ କଡା ଅଭିଯାନ ଆରମ୍ଭ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.