ଭୁବନେଶ୍ବର : ରାଜଧାନୀରେ ବଢୁଥିବା ସକ୍ରମଣକୁ ଦୃଷ୍ଟିରେ ରଖି ଏନଫୋର୍ସମଣ୍ଟ ହେବ ଜୋରଦାର । ଏନେଇ ମାସ୍କ ଓ ସାମାଜିକ ଦୂରତା ରକ୍ଷା ନେଇ କଡାକଡି ହେବ କଟକଣା । ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।
ତେବେ ଭୁବନେଶ୍ବର ଡିସିପି କହିଛନ୍ତି, ଏବେ ପ୍ରଚାର କରି ଲୋକଙ୍କୁ ଜଣାଇବୁ । ପରେ ଆକ୍ସନ ନେବୁ । ସହରର ଗଳି କନ୍ଦି ସହ ଦୋକାନ ବଜାର ସପିଂ ମଲ ଭିଡ ସ୍ଥାନରେ ପୋଲିସ ମାଇକ ଜରିଆରେ ସଚେତନ କରିବ । ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଆଦି ଦିଗରେ ଲୋକଙ୍କୁ ପୂର୍ବଭଳି ସତର୍କ ହେବାକୁ ହେବ । ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ନିୟମ ନ ପାଳିଲେ କୋଭିଡ ନିୟମ ଅବମାନାନା ଆଦି ଜୋରଦାର କରିବା ସହ ଫାଇନ ଆଦି କଟାଯିବ ।
ଇଟିଭି ଭାରତ, ଭୁବନେଶ୍ବର