ETV Bharat / city

୨୦୧୨ ମର୍ଡର କେସ ରିଓପନ, ପରିଚୟ ଜାଣିବାକୁ ୯ବର୍ଷ ପରେ ପ୍ରୟାସ - ୨୦୧୨ ମସିହା ମର୍ଡର କେସ

9 ବର୍ଷ ତଳର କେସକୁ ରିଓପନ କଲା କମିଶନରେଟ ପୋଲିସ । ୨୭ ମେ ୨୦୧୨ ମସିହା ଚନ୍ଦକା ଥାନା ଗୋଠପାଟଣା କାଜୁ ଜଙ୍ଗଲରୁ ମହିଳାଙ୍କର ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

୨୦୧୨ ମର୍ଡର କେସ ରିଓପନ, ପରିଚୟ ଜାଣିବାକୁ ୯ବର୍ଷ ପରେ ପ୍ରୟାସ

author img

By

Published : Jun 16, 2021, 12:37 PM IST

ଭୁବନେଶ୍ବର: କମିଶନରେଟ ପୋଲିସକୁ ପୁରଣା କେସ ଚିନ୍ତା । ଚନ୍ଦକା ଥାନାର ୯ ବର୍ଷ ତଳର ମର୍ଡର କେସର ଖିଅ ଖୋଜୁଛି ପୋଲିସ । ତେବେ ବଡ କଥା ମହିଳାଙ୍କର ପରିଚୟ ପାଇନଥିବାରୁ ଏବେ ପରିଚୟ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ ।

୨୦୧୨ ମର୍ଡର କେସ ରିଓପନ, ପରିଚୟ ଜାଣିବାକୁ ୯ବର୍ଷ ପରେ ପ୍ରୟାସ

ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ ମହିଳାଙ୍କ ପାଖରୁ ଏକ ବ୍ଯାଗ ମିଳିଥିଲା ଯେଉଁଥିରେ କାମାକ୍ଷାନଗର ଢେଙ୍କାନାଳ ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି । ସୂଚନା ଅନୁଯାୟୀ ୨୭ ମେ ୨୦୧୨ ମସିହା ଚନ୍ଦକା ଥାନା ଗୋଠପାଟଣା କାଜୁ ଜଙ୍ଗଲରୁ ୨୫ରୁ ୩୦ ବର୍ଷିୟ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ଯାହାକୁ ନେଇ କିଛି ଦିନ ଧରି ଅପମୃତ୍ଯୁରେ ମାମଲା ତଦନ୍ତ ପରେ ୨୦୧୫ ମସିହାରେ ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ କିଛି ସୁରାକ ପାଇନଥିଲା ପୋଲିସ । ଯେହେତୁ ମହିଳାଙ୍କର ପରିଚୟ ମିଳିନଥିଲା ସେଥିପାଇଁ ଏବବେ କେସରେ କିଛି ଖିଅ ମିଳିବା ପରେ ପୁଣି କେସ ରିଓପନ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ ୯ ବର୍ଷ ତଳର ପୁରୁଣା ଫାଇଲକୁ କ୍ଲୋଜ କରିବାରେ ପୋଲିସ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.